ପୁଣି ଯାଜପୁରରୁ ଲଢିବେ କି ପ୍ରଣବ ?  ବବିଙ୍କ ମନ୍ତବ୍ୟ ବଢାଇଲା ସସପେନ୍ସ

Advertisment

ବିଜେଡି ସଭାରେ ବବିଙ୍କ ମନ୍ତବ୍ୟ ବଢାଇଲା ସସପେନ୍ସ । କହିଲେ, ଯାଜପୁରବାସୀ ଚାହିଁଲେ ପୁଣି ଲଢିବାକୁ ପ୍ରସ୍ତୁତ । ବିଜେପିକୁ ପରୋକ୍ଷରେ କଲେ ଟାର୍ଗେଟ । ଯାଜପୁରରେ ଏଭଳି କିଛି ସଙ୍କେତ ଦେଇଛନ୍ତି  ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । ଆଜି ଯାଜପୁର ନିର୍ବାଚନମଣ୍ଡଳୀ କୁଆଶ ମଙ୍ଗଳା ପୀଠରେ ଏକ ବିଜେଡି ସଭାର ଆୟୋଜନ କରାଯାଇଥିଲା ।

34ff

କନକ ବ୍ୟୁରୋ: ଯାଜପୁରରୁ ଲଢିବେ କି ପ୍ରଣବ ପ୍ରକାଶ ଦାସ । ଆଜି ଯାଜପୁରରେ ଏଭଳି କିଛି ସଙ୍କେତ ଦେଇଛନ୍ତି  ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । ଆଜି ଯାଜପୁର ନିର୍ବାଚନମଣ୍ଡଳୀ କୁଆଶ ମଙ୍ଗଳା ପୀଠରେ ଏକ ବିଜେଡି ସଭାର ଆୟୋଜନ କରାଯାଇଥିଲା । ଏଥିରେ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ନବୀନ ପଟ୍ଟନାୟକ ତାଙ୍କୁ ସମ୍ବଲପୁର ପଠାଇଥିଲେ ଲଢିବା ପାଇଁ । ଏହି ୪ ମାସ ଭିତରେ ସେ ଯାଜପୁର ଆସି ପାରିନାହାନ୍ତି । କିନ୍ତୁ ଯାଜପୁର ବାସୀ ତାଙ୍କ ସମ୍ମାନ ରଖିଛନ୍ତି । ଯାଜପୁରରୁ ସେ ପୁଣି ଲଢିବା ପାଇଁ ପ୍ରସ୍ତୁତ ଅଛି ବୋଲି କହିଛନ୍ତି । ଏହାପରେ ସେ ଯାଜପୁରରୁ ଲଢିବା ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି ।  ଗତ ନିର୍ବାଚନରେ  ପ୍ରଣବ ପ୍ରକାଶ ଦାସ ତାଙ୍କ ପରମ୍ପରାଗତ ଯାଜପୁର ବିଧାନସଭା ଆସନ ଛାଡି ସମ୍ବଲପୁର ଲୋକସଭା ଆସନରୁ ଲଢିଥିଲେ । ଯାଜପୁରରୁ ପ୍ରଣବଙ୍କ ଅନୁଗତ ସୁଜାତା ସାହୁଙ୍କୁ ଟିକେଟ ଦେଇଥିଲା ବିଜେଡି । ସେ ବି ଏଠାରୁ ଜିତିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe