କନକ ବ୍ୟୁରୋ: ଯାଜପୁରରୁ ଲଢିବେ କି ପ୍ରଣବ ପ୍ରକାଶ ଦାସ । ଆଜି ଯାଜପୁରରେ ଏଭଳି କିଛି ସଙ୍କେତ ଦେଇଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । ଆଜି ଯାଜପୁର ନିର୍ବାଚନମଣ୍ଡଳୀ କୁଆଶ ମଙ୍ଗଳା ପୀଠରେ ଏକ ବିଜେଡି ସଭାର ଆୟୋଜନ କରାଯାଇଥିଲା । ଏଥିରେ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ନବୀନ ପଟ୍ଟନାୟକ ତାଙ୍କୁ ସମ୍ବଲପୁର ପଠାଇଥିଲେ ଲଢିବା ପାଇଁ । ଏହି ୪ ମାସ ଭିତରେ ସେ ଯାଜପୁର ଆସି ପାରିନାହାନ୍ତି । କିନ୍ତୁ ଯାଜପୁର ବାସୀ ତାଙ୍କ ସମ୍ମାନ ରଖିଛନ୍ତି । ଯାଜପୁରରୁ ସେ ପୁଣି ଲଢିବା ପାଇଁ ପ୍ରସ୍ତୁତ ଅଛି ବୋଲି କହିଛନ୍ତି । ଏହାପରେ ସେ ଯାଜପୁରରୁ ଲଢିବା ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଗତ ନିର୍ବାଚନରେ ପ୍ରଣବ ପ୍ରକାଶ ଦାସ ତାଙ୍କ ପରମ୍ପରାଗତ ଯାଜପୁର ବିଧାନସଭା ଆସନ ଛାଡି ସମ୍ବଲପୁର ଲୋକସଭା ଆସନରୁ ଲଢିଥିଲେ । ଯାଜପୁରରୁ ପ୍ରଣବଙ୍କ ଅନୁଗତ ସୁଜାତା ସାହୁଙ୍କୁ ଟିକେଟ ଦେଇଥିଲା ବିଜେଡି । ସେ ବି ଏଠାରୁ ଜିତିଥିଲେ ।
ପୁଣି ଯାଜପୁରରୁ ଲଢିବେ କି ପ୍ରଣବ ? ବବିଙ୍କ ମନ୍ତବ୍ୟ ବଢାଇଲା ସସପେନ୍ସ
ବିଜେଡି ସଭାରେ ବବିଙ୍କ ମନ୍ତବ୍ୟ ବଢାଇଲା ସସପେନ୍ସ । କହିଲେ, ଯାଜପୁରବାସୀ ଚାହିଁଲେ ପୁଣି ଲଢିବାକୁ ପ୍ରସ୍ତୁତ । ବିଜେପିକୁ ପରୋକ୍ଷରେ କଲେ ଟାର୍ଗେଟ । ଯାଜପୁରରେ ଏଭଳି କିଛି ସଙ୍କେତ ଦେଇଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । ଆଜି ଯାଜପୁର ନିର୍ବାଚନମଣ୍ଡଳୀ କୁଆଶ ମଙ୍ଗଳା ପୀଠରେ ଏକ ବିଜେଡି ସଭାର ଆୟୋଜନ କରାଯାଇଥିଲା ।
/kanak/media/media_files/V77ROdNqnOH6LnkCKZKr.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)