ପ୍ରମୋଦ କୃଷ୍ଣମଙ୍କ ବିବାଦୀୟ ବୟାନ, କହିଲେ ଶିବସେନା ଓ କଂଗ୍ରେସ ଭାରତକୁ ଭାଗ କରୁଛନ୍ତି

Advertisment

ଚର୍ଚ୍ଚାରେ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମଙ୍କ ବୟାନ । ଭାରତକୁ ଭାଗ କରି ଦ୍ବିତୀୟ ପାକିସ୍ତାନ ଗଠନ ପାଇଁ ସ୍ବପ୍ନ ଦେଖୁଛନ୍ତି ରାହୁଲ ଗାନ୍ଧୀ-ଶିବସେନା ନେତା ସଂଜୟ ରାଉତଙ୍କୁ ମଧ୍ୟ କଲେ ଟାର୍ଗେଟ ।

ଚର୍ଚ୍ଚାରେ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମଙ୍କ ବୟାନ । ଭାରତକୁ ଭାଗ କରି ଦ୍ବିତୀୟ ପାକିସ୍ତାନ ଗଠନ ପାଇଁ ସ୍ବପ୍ନ ଦେଖୁଛନ୍ତି ରାହୁଲ ଗାନ୍ଧୀ-ଶିବସେନା ନେତା ସଂଜୟ ରାଉତଙ୍କୁ ମଧ୍ୟ କଲେ ଟାର୍ଗେଟ ।

31-ପ୍ରମୋଦ

କନକ ବ୍ୟୁରୋ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ଶିବସେନା ଉଦ୍ଧବ ଗୋଷ୍ଠୀ ନେତା ସଂଜୟ ରାଉତଙ୍କ ଉପରେ ଟିପ୍ପଣୀ ଦେଇ ଚର୍ଚ୍ଚାରେ କଂଗ୍ରେସର ପୂର୍ବତନ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ । ଭାରତକୁ ଭାଗଭାଗ କରି ଏମାନେ ଦ୍ବିତୀୟ ପାକିସ୍ତାନ ଗଢ଼ିବାକୁ ଚାହୁଁଥିବା କଥା କହିଛନ୍ତି ପୂର୍ବତନ କଂଗ୍ରେସ ନେତା । ଏକ ସାକ୍ଷାତକାରରେ ପ୍ରମୋଦ କୃଷ୍ଣନ କହିଥିଲେ କି ଯେଉଁଭଳି ଭାବେ ମହମ୍ମଦ ଅଲୀ ଜିନ୍ନା ଭାରତକୁ ଭାଙ୍ଗିବାକୁ ଚାହୁଁଥିଲେ ଠିକ ସେଭଳି କିଛି ସ୍ବପ୍ନ ରାହୁଲ ଓ ସଞ୍ଜୟ ଦେଖୁଛନ୍ତି । ଦେଶର ପ୍ରଧାନମନ୍ତ୍ରୀ ହେବାକୁ ରାହୁଲ ଚାହୁଁଛନ୍ତି ଓ ସାହାଯ୍ୟ କରୁଛନ୍ତି ସଂଜୟ । କିନ୍ତୁ ଦେଶର ଜନତାଙ୍କ ସମର୍ଥନ ମିଳିପାରୁନି । ତେଣୁ ଭାରତକୁ ଭାଙ୍ଗି ଦ୍ବିତୀୟ ପାକିସ୍ତାନ କରି ସେଠାକାର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି ରାହୁଲ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe