କନକ ବ୍ୟୁରୋ : ଧର୍ମଶାଳା ବିଜେପି ବିଧାୟକ ହିମାଂଶୁ ସାହୁଙ୍କୁ ମାଡ଼ ଘଟଣାରେ ପ୍ରେସମିଟରେ ବର୍ଷିଲେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବପ୍ରସାଦ ଦାସ ଗିରଫ ହେବା ପରେ ପ୍ରେସମିଟ୍ କରିଛନ୍ତି ପ୍ରମିଳା ମଲ୍ଲିକ । କହିଛନ୍ତି, ବିଜେପି ସରକାର ଆସିବା ଦିନଠାରୁ ଆଇନ ଶୃଙ୍ଖଳା ବିଗିଡ଼ିଛି । ଭଦ୍ରକ ଏବଂ ବାଲେଶ୍ୱରରେ ଗୋଷ୍ଠୀ ସଙ୍ଘର୍ଷ ହେଲା । ସଂଖ୍ୟା ଲଘୁଙ୍କ ଉପରେ ଆକ୍ରମଣ ହେଲା ।
କେବଳ ସେତିକି ନୁହେଁ ବିଜେପି ସରକାରରେ ଚୋରି, ଡକାୟତି, ଦୁଷ୍କର୍ମ ବଢ଼ିବାରେ ଲାଗିଛି । ପୋଲିସକୁ ବ୍ୟବହାର କରି ବିଜେଡି କର୍ମୀ ଓ ନେତାଙ୍କ ଉପରେ ମାମଲା କରୁଛନ୍ତି । ବିଜେପି କର୍ମୀ ଅତ୍ୟାଚାର କଲେ ବି କିଛି ହେଉନି । ସରକାରୀ ଗୁଣ୍ଡା ଭାବେ ବ୍ୟବହାର କରୁଛି । ବିଜେଡି କେସ କଲେ ବିଚାରକୁ ନେଉ ନାହାନ୍ତି । ମିଛ କେସ ଯୋଡି ବିଜେଡି ନେତା ଓ କର୍ମୀଙ୍କୁ ହଇରାଣ କରାଯାଉଛି ।
ସେ ଆହୁରି କହିଛନ୍ତି, କୁଚିଣ୍ଡା, ଗଣ୍ଡମୁଣ୍ଡା, କଟକର ଡାବାରେ ଦୁଷ୍କର୍ମ । ଏସବୁ କଥାକୁ ଦେଖୁ ନାହାନ୍ତି । ତାରାତାରିଣୀ ମନ୍ଦିରରୁ ଚୋରି । ଧର୍ମଶାଳା ବିଧାୟକ କାହିଁକି ରାତିରେ ସେଠିକୁ ଯାଇଥିଲେ । ଟଙ୍କା ସହ ଠେଙ୍ଗା ବାଡ଼ି ଧରି ଯାଇଥିବା ଲୋକଙ୍କ ଉପରେ କାହିଁ ମାମଲା କରୁନି କି ଗିରଫ କରୁନି । କେବଳ ବିଜେଡିର ୧୯ ଜଣଙ୍କୁ ଗିରଫ କାହିଁକି । ପୋଲିସ ପକ୍ଷପତିତ କରୁଛନ୍ତି । ଏହା ବିରୋଧରେ ଆସନ୍ତାକାଲି ପୋଲିସ ଡିଜିଙ୍କୁ ଭେଟିବ ବିଜେଡି । ଯଦି ନ୍ୟାୟ ନମିଳିବ ରାଜ୍ୟ ବ୍ୟାପି ଆନ୍ଦୋଳନ ହେବ ।
ବିଧାୟକ ନିଜେ ଗଣମାଧ୍ୟମରେ ମାନିଛନ୍ତି ମୁଁ ଚାନ୍ଦା ନେବି । ସେ କଣ ଡ଼ିଡ଼ିଏମଙ୍କ ଅଫିସକୁ ଚାନ୍ଦା ପାଇଁ ଯାଇଥିଲେ । ଲୋକ ଯଦି ବାଡେଇଲେ, ଦାଗ କୁଆଡେ ଗଲା ? ବେକର ଗାମୁଛା ପଡିନି । ସୁନା ଚେନ କେମିତି ଚୋରି ହେଲା ? ପୋଲିସ ସାବଧାନ ହୁଅନ୍ତୁ । ବିଧାୟକଙ୍କ ଲୋକଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ପ୍ରମିଳା ।