କନକ ବ୍ୟୁରୋ: ଧର୍ମଶାଳା ବିଧାୟକ ମିଛ କହୁଛନ୍ତି । ସେ ତ ଗାଡିରୁ ଓହ୍ଲାଇନାହାଁନ୍ତି । କିଏ କହିଲା ତାଙ୍କୁ ଆକ୍ରମଣ ହୋଇଛି ବୋଲି । ବିଞ୍ଝାରପୁର ବିଧାୟିକା ଏଭଳି କହିବା ପରେ ଆରମ୍ଭ ହୋଇଛି ବାକଯୁଦ୍ଧ ।
ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ମାଡ ଘଟଣାରେ ମୁହଁ ଖୋଲିଛନ୍ତି ପ୍ରମିଳା । କହିଛନ୍ତି, ଧର୍ମଶାଳା ବିଧାୟକ ମିଛ କହୁଛନ୍ତି । ଗାଡିରୁ ସେ ତ ଓହ୍ଲାଇ ନାହାଁନ୍ତି । ତାଙ୍କୁ କିଏ ଆକ୍ରମଣ କଲା । ବେକରୁ ଉତ୍ତରୀୟ ଖସିନି କହୁଛନ୍ତି ଚେନ୍ ଛଡେଇ ନେଲେ । ଭିଜୁଆଲ ତ କିଛି ନାହିଁ । ଆତ୍ମ ପ୍ରଚାର ପାଇଁ ଧର୍ମଶାଳା ବିଧାୟକ ଏପରି କହୁଛନ୍ତି। ବିଧାୟକ କହୁଛନ୍ତି DDM officeକୁ ଯାଉଥିଲେ। ରାତି ୭.ଟା ୪୫ରେ କାହିଁକି office ଯାଉଥିଲେ। କାଇଁ କିଛି କଳା କାରବାର କରିବାକୁ ଯାଉଥିଲେ କି? ବିରଜା ପ୍ରକଳ୍ପ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି ବିଜେପି ସରକାର । କିଏ ଦୋଷୀ ପୋଲିସ ତଦନ୍ତ କରୁ। ମୋର ପ୍ରଶ୍ନ ୨୦୦ ଲୋକ ଙ୍କୁ ଧରି ଧର୍ମଶାଳା ବିଧାୟକ କାହିଁକି ଯାଇଥିଲେ । ଏଭଳି କରି ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରୁଛି। ଏହାସହ ବିଜେଡ଼ି କର୍ମୀଙ୍କୁ ନିରୁତ୍ସାହିତ କରିବାକୁ ଚାହୁଞ୍ଚି ବିଜେପି କିନ୍ତୁ ଆମ ସ୍ଵର ଆହୁରି ଶାଣିତ ହେବ’।
ପ୍ରମିଳାଙ୍କ ଏଭଳି ପ୍ରତିକ୍ରିୟାରେ ଜବାବ ଦେଇଛନ୍ତି ହିମାଂଶୁ ସାହୁ । କହିଛନ୍ତି, ‘ମାନ୍ୟବର ବିଧାୟିକା ବୋଧେ ଜାଣି ନାହାନ୍ତି ସରକାରୀ କାର୍ୟ୍ୟାଳୟ ଖୋଲା ରହେ କି ନାହିଁ । ଆଉ ଯଦି ସନ୍ଦେହ ଅଛି ଏଡିଏମଙ୍କୁ ପଚାରି ବୁଝି ଦିଅନ୍ତୁ । ଜଣେ ବିଧାୟକଙ୍କୁ ମାଡ଼ ହେଲେ ସମ୍ବେଦନ ପ୍ରକାଶ ନକରି ଓଲଟା ପାଲଟା କହିବା ନିନ୍ଦା ଜନକ । ଦଳ ନିର୍ବିଶେଷରେ ଜଣେ ଜନ ପ୍ରତିନିଧିକୁ ଆକ୍ରମଣ ସମ୍ବେଦନ ଶୀଳ କିନ୍ତୁ ତାଙ୍କ ଭଳି ବରିଷ୍ଠ ନେତ୍ରୀ ଏମିତି କହିବା ନିନ୍ଦା ଜନକ । ଧନ୍ୟବାଦ ଯାଜପୁର ବିଧାୟିକା ଦୁଃଖ ପ୍ରକାଶ କଲେ । ଯାଜପୁରକୁ ଯିବା ପାଇଁ ଯଦି ଅଲଗା ରାସ୍ତା ଅଛି ତାହେଲେ ତାଙ୍କ ପରାମର୍ଶ ଦାତା ପଠାନ୍ତୁ । ସେ କେମିତି ଦେଖିଲେ ୨୦୦ ଲୋକ ନେଇକି ଯାଇଥିଲି । ମୁଁ ମାଡ଼ ଖାଇବାରୁ ଅନେକ ଲୋକ ରୁଣ୍ଡ ହେଲେ । ୩୦୦ ମିଟର ଦୂରରୁ ତାଙ୍କ କର୍ମୀ ମାନେ ହୋ ହାଲ୍ଲା କଲେ, ତାଙ୍କ ନେତାଙ୍କ ନାଁ ନେଇ ଗଳି ମନ୍ଦ କଲେ । ବିଜେଡି କଣ ଏହା ଶିକ୍ଷା ଦେଉଛି । ଯଦି ମୋତେ ଆକ୍ରମଣ ହୋଇନି ତାହେଲେ ମୋ ଗାଡି କେମିତି ଭାଙ୍ଗିଲା’ ।