କନକ ବ୍ୟୁରୋ: ପୁଣି ମୁହଁ ଖୋଲିଲେ ବିଜେଡିର ଆଉ ଜଣେ ନେତା । ଗତ କିଛି ଦିନ ହେଲା ବିଜେଡିରେ ଜଣଙ୍କ ପରେ ଜଣେ ବରିଷ୍ଠ ନେତା ବିଷ ଉଗାରୁଛନ୍ତି । ଗତକାଲି ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀଙ୍କ ପରେ, ଆଜି ମୁହଁ ଖୋଲିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ସିଧାସଳଖ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ଏକଦା ଦ୍ବିତୀୟ କ୍ଷମତା କେନ୍ଦ୍ର ଥିବା ଭିକେ ପାଣ୍ଡିଆନଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ପ୍ରଫୁଲ୍ଲ । ସେ କହିଛନ୍ତି, ପାଣ୍ଡିଆନ ଏବେ ବି ବିଜେଡିର ରାଜନୈତିକ କାର୍ଯ୍ୟକ୍ରମରେ ହସ୍ତକ୍ଷେପ କରୁଛନ୍ତି । ଏବେ ବି ଦଳରେ ତାଙ୍କର ଦବଦବା ରହିଛି । ପାଣ୍ଡିଆନ ନିଜେ ଗଣମାଧ୍ୟମ ସାମ୍ନାକୁ ଆସି ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଖୋଲାଖୋଲି ଆହ୍ବାନ କରିଛନ୍ତି ପ୍ରଫୁଲ୍ଲ ମଲ୍ଲିକ ।
ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଗଣମାଧ୍ୟମ ଆଗରେ ନବୀନଙ୍କ ବିରୋଧରେ ବିଷୋଦ୍ଗାର କରିଥିଲେ । ପ୍ରଭାତ ତ୍ରିପାଠୀ ବିଜେଡିରେ ନାହାନ୍ତି ବୋଲି ନବୀନ କହିବା ପରେ ପ୍ରଭାତ ଜବାବ ରଖି ନବୀନଙ୍କୁ କାଉଣ୍ଟର କରିଥିଲେ । ଯାହାକୁ ନେଇ ରାଜନୀତି ତେଜିଥିଲା । ଆଉ ଏହାପରେ ବିଜେଡିର ଆଉ ଜଣେ ନେତା ଗଣମାଧ୍ୟମ ଆଗରେ ମୁହଁ ଖୋଲିବା, ବିଜେଡିରେ 'ଅଲ୍ ଇଜ୍ ନଟ୍ ଓ୍ୱେଲ୍' ବୋଲି ଖୋଲା ଇସାରା ଦେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/04/11/ZizbTWgu8IfFG25c2fTL.jpg)