କନକ ବ୍ୟୁରୋ: ବିଜେଡରୁ ମୁକ୍ତି ଚାହୁଁଛନ୍ତି ପ୍ରଫୁଲ୍ଲ ମାଝୀ। ଏନେଇ କନକ ନ୍ୟୁଜ କ୍ୟାମେରାରେ ମୁହଁ ଖୋଲିଛନ୍ତି। ପିସିସି ସଭାପତି କଂଗ୍ରେସକୁ ଫେରିବାକୁ ଅଫର ଦେବା ପରେ ପ୍ରଫୁଲ୍ଲ କହିଛନ୍ତି, ମୋତେ ଖୋଜିଥିବାରୁ ଧନ୍ୟବାଦ। ଏହାସହ ବିଜେଡି ଉପରେ ବର୍ଷିବା ସହ କହିଛନ୍ତି, ମୋ ସହ ପ୍ରତାରଣା କରାଗଲା। ସିଧାସଳଖ ନ କହିଥିଲେ ମଧ୍ୟ ପରୋକ୍ଷରେ କଂଗ୍ରେସକୁ ଘରବାହୁଡା କରିବାକୁ ସଂକେତ ଦେଇଛନ୍ତି ପ୍ରଫୁଲ୍ଲ। ବିଜେଡିରେ କେହି ଖୁସି ନାହାନ୍ତି ବୋଲି ସେ କହିଛନ୍ତି। ଯେଉଁଦିନ ଠାରୁ ନବୀନ ପଟ୍ଟନାୟକ ଅନ୍ୟ କାହାକୁ ନେତୃତ୍ବ ଭାର ଦେଇଦେଲେ ସେହିଦିନ ଠାରୁ ବିଜେଡିର ପତନ ଆରମ୍ଭ ହୋଇଛି। ପରିବର୍ତ୍ତିତ ରାଜନୈତିକ ଦୃଷ୍ଟିରୁ ବିଜେଡିରେ ଯୋଗ ଦେଇଥିଲୁ। କିନ୍ତୁ ଦୂର ପାହାଡ ସୁନ୍ଦର ଭଳି ବିଜେଡିକୁ ଯିବା ପରେ ସବୁ ଅନୁଭବ କରିପାରିଲୁ।

Advertisment

ବିଜେଡିକୁ ଟାର୍ଗେଟ କରି ପ୍ରଫୁଲ୍ଲ ମାଝୀ କହିଛନ୍ତି, ଯେଉଁ ଦିନ ନବୀନ ପଟ୍ଟନାୟକ ଲିଡରସିପ ଛାଡି ଆଉ ଜଣଙ୍କୁ ଲିଡରସିପ ଦେଇଦେଲେ ସେହିଦିନଠାରୁ ପତନ ଆରମ୍ଭ ହେଲା । ୫ ବର୍ଷ ହେବ ନବୀନ ପଟ୍ଟନାୟକ କେଉଁଠି ଥିଲେ । ଏବେ ଦଳର ବିଫଳତା ପରେ ଆଗକୁ ଆସିଲେ । ବିରୋଧୀ ଦଳ ନେତା ଭାବେ ଲୋକଙ୍କ ସମସ୍ୟା ସେ ବିଧାନସଭାରେ କହିପାରୁନାହାନ୍ତି । ଆମେ ବିଜେଡିରେ ଅଛୁ ଆମ ଦୁର୍ଭାଗ୍ୟ ।