ଧରାପଡିଲେ ଲାଞ୍ଚୁଆ କିରାଣୀ; ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ଭିଜିିଲାନ୍ସ ।

ଧରାପଡ଼ିଲେ ଲାଞ୍ଚୁଆ କିରାଣୀ । ଖୋର୍ଦ୍ଧା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ ସହାୟକ ପ୍ରଦୀପ୍ତ କୁମାର ସାହୁ ଗିରଫ । ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ।

6224

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ ସହାୟକ ପ୍ରଦୀପ୍ତ କୁମାର ସାହୁ । ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ବକେୟା ପ୍ରାପ୍ୟର ବିଲ୍ କରାଇବାକୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । 

ପଲ୍ଲା କୋଣାର୍କ ନଗରର ବିଜୟିନୀ ତ୍ରିପାଠୀ ନାମକ ଜଣେ ଶିକ୍ଷୟିତ୍ରୀ ୨୦୧୮ ମସିହାରୁ ଅବସର ନେଇଛନ୍ତି । ତାଙ୍କର ଅବସରକାଳୀନ ପ୍ରାପ୍ୟ ବାବଦକୁ ୫ ଲକ୍ଷ ୬୬ ହଜାର ଟଙ୍କାର ବକେୟା ବିଲ କରାଇବା ଲାଗି ପ୍ରଦୀପ୍ତ ସାହୁ ଲାଞ୍ଚ ମାଗିଥିଲେ । ସର୍ତ୍ତ ମୁତାବକ, ସେ ୬ ହଜାର ଟଙ୍କା ପାଇବାର ଥିଲା । ଏନେଇ ଭିଜିଲାନ୍ସରେ ଅଭିଯୋଗ ପରେ ପ୍ରଦୀପ୍ତ ସାହୁଙ୍କୁ ଧରିବାକୁ ଯୋଜନା କରାଯାଇଥିଲା । ଗତକାଲି ରାତିରେ ସେ ଟଙ୍କା ପାଇବାର ଥିଲା । ଖୋର୍ଦ୍ଧା ଓ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ଚଢାଉ କରି ତାଙ୍କୁ ଧରିବା ସହ ରାସାୟନିକ ପ୍ରଲେପଯୁକ୍ତ ୬ ହଜାର ଟଙ୍କା ଜବତ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe