ବର୍ଷିଲେ ପ୍ରଭାତ : କହିଲେ, ୨ଜଣଙ୍କ ପାଇଁ ଧଳା ଛାଡ଼ି ଖଇରିଆ ସାର୍ଟ ପିନ୍ଧୁଛି

Advertisment

ବିଜେଡିରୁ ବିଦା ହେଲେ ପ୍ରଭାତ ବିଶ୍ୱାଳ। କଟକ ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କୁ ବହିଷ୍କୃତ କରିଛି ଦଳ। ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ବହିଷ୍କୃତ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।

ବିଜେଡିରୁ ବିଦା ହେଲେ ପ୍ରଭାତ ବିଶ୍ୱାଳ। କଟକ ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କୁ ବହିଷ୍କୃତ କରିଛି ଦଳ। ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ବହିଷ୍କୃତ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।

Prabhat

Prabhat Photograph: (Kanak News)

କନକ ବ୍ୟୁରୋ: ବିଜେଡିରୁ ବିଦା ହେଲେ, ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ । କଟକ ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କୁ ବହିଷ୍କୃତ କରିଛି ବିଜେଡି । ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ବହିଷ୍କୃତ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ତେବେ କାର୍ଯ୍ୟାନୁଷ୍ଠାନ ପରେ ପ୍ରେସମିଟ୍‌ କରି ବର୍ଷିଛନ୍ତି ପ୍ରଭାତ ବିଶ୍ବାଳ । କହିଛନ୍ତି, ଆଜି ପର୍ଯ୍ୟନ୍ତ ଦଳ ବିରୋଧୀ କାର୍ଯ୍ୟକ୍ରମ କେବେ କରିବା ଶିଖି ନାହିଁ ।


ଯେଉଁଠି ତ୍ରୁଟି ଯିଏ କରନ୍ତି, ଦଳର ଶୃଙ୍ଖଳିତ କର୍ମୀ ଭାବେ କହିଆସିଛି । ଦୁଇ ଜଣ ପୂର୍ବତନ ମନ୍ତ୍ରୀଙ୍କ ଯୋଗୁଁ  ଧଳା ପୋଷାକରୁ ଖଇରିଆ ପୋଷାକ ପିନ୍ଧୁଛି । ଦଳର କର୍ମୀ ଭାବେ ଆମର କହିବାର ଅଧିକାର ଅଛି । ଯେଉଁମାନେ ପ୍ରକୃତରେ ଦଳକୁ ଆଗକୁ ନେବାକୁ କାମ କରୁଛନ୍ତି, ବର୍ତ୍ତମାନ ଯେଉଁ ସମୟ ଓ ଅବସ୍ଥାରେ ଦଳ ଗତି କରୁଛି, ସେଭଳି ବ୍ୟକ୍ତିତ୍ବଙ୍କୁ ଦେବା ଉଚିତ ବୋଲି ଆଗରୁ କହିଛି ।

ଆହୁରି ପଢ଼ନ୍ତୁ:ଇରାନ ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ, ଇରାନ ପକ୍ଷରୁ ପ୍ରତିଶୋଧ ନେବାର ଚେତାବନୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe