କନକ ବ୍ୟୁରୋ: ବିଜେଡିରୁ ବିଦା ହେଲେ, ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ । କଟକ ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କୁ ବହିଷ୍କୃତ କରିଛି ବିଜେଡି । ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ବହିଷ୍କୃତ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ତେବେ କାର୍ଯ୍ୟାନୁଷ୍ଠାନ ପରେ ପ୍ରେସମିଟ୍ କରି ବର୍ଷିଛନ୍ତି ପ୍ରଭାତ ବିଶ୍ବାଳ । କହିଛନ୍ତି, ଆଜି ପର୍ଯ୍ୟନ୍ତ ଦଳ ବିରୋଧୀ କାର୍ଯ୍ୟକ୍ରମ କେବେ କରିବା ଶିଖି ନାହିଁ ।
ଯେଉଁଠି ତ୍ରୁଟି ଯିଏ କରନ୍ତି, ଦଳର ଶୃଙ୍ଖଳିତ କର୍ମୀ ଭାବେ କହିଆସିଛି । ଦୁଇ ଜଣ ପୂର୍ବତନ ମନ୍ତ୍ରୀଙ୍କ ଯୋଗୁଁ ଧଳା ପୋଷାକରୁ ଖଇରିଆ ପୋଷାକ ପିନ୍ଧୁଛି । ଦଳର କର୍ମୀ ଭାବେ ଆମର କହିବାର ଅଧିକାର ଅଛି । ଯେଉଁମାନେ ପ୍ରକୃତରେ ଦଳକୁ ଆଗକୁ ନେବାକୁ କାମ କରୁଛନ୍ତି, ବର୍ତ୍ତମାନ ଯେଉଁ ସମୟ ଓ ଅବସ୍ଥାରେ ଦଳ ଗତି କରୁଛି, ସେଭଳି ବ୍ୟକ୍ତିତ୍ବଙ୍କୁ ଦେବା ଉଚିତ ବୋଲି ଆଗରୁ କହିଛି ।
ଆହୁରି ପଢ଼ନ୍ତୁ:ଇରାନ ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ, ଇରାନ ପକ୍ଷରୁ ପ୍ରତିଶୋଧ ନେବାର ଚେତାବନୀ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/01/prabhat-2026-03-01-12-19-16.jpg)