ଭୂବନେଶ୍ୱର: ଆଇଏମବି ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ ତରଫରୁ ୨୦୨୪-୨୦୨୫ ଶିକ୍ଷାବର୍ଷରେ ଏକ ବିଶେଷ ପ୍ରତିଯୋଗିତା ‘ପ୍ରବନ୍ଧୋତ୍ସବ ୨୦୨୪’ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଚାଶରୁ ଅଧିକ ମ୍ୟାନେଜମେଣ୍ଟ କଲେଜ୍ ଅଂଶଗ୍ରହଣ କରି ସେମାନଙ୍କର ସମର୍ ଇଣ୍ଟର୍ଣ୍ଣଶିପ୍ ପ୍ରୋଜେକ୍ଟ ଉପସ୍ଥାପନା କରିଥିଲେ ।
ଆୟୋଜିତ ସଭାରେ, ମୂଖ୍ୟ ଅତିଥି ଭାବେ IMFA LTD ର DGM (Head) - L&D ଡ଼ା. ଅଜିତ କୁମାର କର ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ଭାବରେ ସିକିଲ୍ ଶିବାନୀ ମିଶ୍ର (Senior Associate, PwC) ଯୋଗ ଦେଇଥିଲେ।
ଏହି ପ୍ରତିଯୋଗିତାର ବିଚାରକ ମଣ୍ଡଳରେ ରହିଥିଲେ କର୍ପୋରେଟ୍ ଷ୍ଟ୍ରାଟେଜିଷ୍ଟ,ଏଣ୍ଟରପ୍ରେନିଉର୍ ଡ଼ା. ଆଦର୍ଶ ରଥ । ଅନୁଷ୍ଠାନର ଚେୟାରମ୍ୟାନ୍ ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ ଓ ସେକ୍ରେଟାରୀ ଶ୍ରୀ ରାଜର୍ଷି ଜ୍ଞାନଦର୍ଶୀ ବି ଉପସ୍ଥିତ ଥିଲେ। ଡାଇରେକ୍ଟର ପ୍ରଫେସର ଡ଼ା. ତ୍ରିଲୋଚନ ନାୟକ ତାଙ୍କ ସ୍ୱାଗତ ଭାଷଣରେ ଛାତ୍ରମାନଙ୍କୁ ମ୍ୟାନେଜମେଣ୍ଟ ପାଠ୍ୟକ୍ରମରେ ଗବେଷଣାର ଭୂମିକାର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ । ମୂଖ୍ୟ ଅତିଥି ଛାତ୍ରମାନଙ୍କୁ କିଛି ନୂଆ ଗବେଷଣା କରିବାକୁ ଉତ୍ସାହିତ କରିଥିଲେ ଓ ସମ୍ମାନୀୟ ଅତିଥି ସମାଜ ଉନ୍ନତିରେ ଗବେଷଣାର ଭୂମିକା ଉପରେ ଆଲୋକପାତ କରିଥିଲେ।
IMI Business School ର ଶ୍ୱେତା ଝା ପ୍ରଥମ ପୁରସ୍କାର ସହ ଦଶ ହଜାର ଟଙ୍କାର ରାଶି ଜିତିଥିଲେ, KIIT UNIVERSITYର ସୌର୍ଯ୍ୟ ପ୍ରତାପ ଏନ୍.ଏସ୍. ବର୍ମା ଦ୍ୱିତୀୟ ପୁରସ୍କାର ସହ ପାଞ୍ଚ ହଜାର ଟଙ୍କା ଓ USBM Business Schoolର ସୁଭଷ୍ରୀ ବେହୁରା ତୃତୀୟ ପୁରସ୍କାର ସହ ଦୁଇ ହଜାର ଟଙ୍କାର ରାଶି ପାଇଥିଲେ ।
କାର୍ଯ୍ୟକ୍ରମକୁ ପ୍ରଫେସର ଅମିତା ପଣ୍ଡା ସଂଯୋଜନା କରିଥିଲେ ଓ ପ୍ରଫେସର ରୋସନି ଦାସ ଓ ପ୍ରଫେସର କୈବଲ୍ୟ ମହାନ୍ତି ପରିଚାଳନା କରିଥିଲେ । ଶେଷରେ ଡିନ୍ ପ୍ରଫେସର ଦୀପକ ଆଚାର୍ଯ୍ୟ ଧନ୍ୟବାଦ ଜଣାଇଥିଲେ ।