ମୁଖ୍ୟ ଚିକିତ୍ସାଳୟରେ ଅନ୍ଧାରରେ ଚିକିତ୍ସା, ଚାଲିଗଲା ରୋଗୀଙ୍କ ଜୀବନ

ଅନ୍ଧାରରେ ବଣାଇ ଉପଖଣ୍ଡ ଚିକିତ୍ସାଳୟ । ରୋଗୀ ହଟହଟା, ଚିକିତ୍ସା ବେଳେ ଜଣେ ରୋଗୀ ମୃତ । ଗୁରୁଣ୍ଡିଆ ଡାକ୍ତରଖାନାରୁ ରେଫର ହୋଇଆସିଥିଲେ । ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଥିବାରୁ ରୋଗୀସେବା ପ୍ରଭାବିତ । 

3-Banai

କନକ ବ୍ୟୁରୋ: ଅନ୍ଧାରରେ ମୁଖ୍ୟ ଚିକିତ୍ସାଳୟ । ହଟହଟା ହେଲେ ରୋଗୀ । ଆଉ ଚିକିତ୍ସା ବେଳେ ଚାଲିଗଲା ଜଣେ ରୋଗୀଙ୍କ ଜୀବନ । ସୁନ୍ଦରଗଡ଼ ବଣାଇ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରୁ ଏଭଳି ଅଭିଯୋଗ ଆସିଛି । ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୩ଟାରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି । ଫଳରେ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ପରିସର ଅନ୍ଧକାର ହୋଇପଡ଼ିଛି । ବିଦ୍ୟୁତ୍‌ ସେବା ସ୍ୱାଭାବିକ ହୋଇପାରିନାହିଁ । ଫଳରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ହଟହଟା ହେବାକୁ ପଡ଼ୁଛି । ଅନ୍ୟପଟେ ଗୁରୁଣ୍ଡିଆ ଅଞ୍ଚଳରୁ ଜଣେ ରୋଗୀ ଗୁରୁଣ୍ଡିଆ ଡାକ୍ତରଖାନାରୁ ରେଫର ହୋଇ ବଣାଇ ହସ୍ପିଟାଲ ଆସିଥିଲେ । ଅନ୍ଧାରରେ ଚିକିତ୍ସା ବେଳେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସେପଟେ ବିଦ୍ୟୁତ୍‌ ସେବା ବ୍ୟାହତ ହେବା ଯୋଗୁଁ ବିଭିନ୍ନ ୟୁନିଟ୍‌ ମଧ୍ୟ ବନ୍ଦ ହୋଇଯାଇଛି । ଏ ସମ୍ପର୍କରେ ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକଙ୍କୁ ପଚାରିବାରୁ ଗ୍ରିଡ୍‌ରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଥିବା ଯୋଗୁ ସେଭଳି ସମସ୍ୟା ଉପୁଜିଛି ବୋଲି କହିଛନ୍ତି । ସେହିପରି ଚିକିତ୍ସାଳୟରେ ଥିବା ଉଚ୍ଚ କ୍ଷମତା ସମ୍ପନ୍ନ ଜେନେରେଟର ମଧ୍ୟ ଅଚଳ ହୋଇପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe