କନକ ବ୍ୟୁରୋ: ଅନ୍ଧାରରେ ମୁଖ୍ୟ ଚିକିତ୍ସାଳୟ । ହଟହଟା ହେଲେ ରୋଗୀ । ଆଉ ଚିକିତ୍ସା ବେଳେ ଚାଲିଗଲା ଜଣେ ରୋଗୀଙ୍କ ଜୀବନ । ସୁନ୍ଦରଗଡ଼ ବଣାଇ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରୁ ଏଭଳି ଅଭିଯୋଗ ଆସିଛି । ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୩ଟାରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି । ଫଳରେ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ପରିସର ଅନ୍ଧକାର ହୋଇପଡ଼ିଛି । ବିଦ୍ୟୁତ୍ ସେବା ସ୍ୱାଭାବିକ ହୋଇପାରିନାହିଁ । ଫଳରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ହଟହଟା ହେବାକୁ ପଡ଼ୁଛି । ଅନ୍ୟପଟେ ଗୁରୁଣ୍ଡିଆ ଅଞ୍ଚଳରୁ ଜଣେ ରୋଗୀ ଗୁରୁଣ୍ଡିଆ ଡାକ୍ତରଖାନାରୁ ରେଫର ହୋଇ ବଣାଇ ହସ୍ପିଟାଲ ଆସିଥିଲେ । ଅନ୍ଧାରରେ ଚିକିତ୍ସା ବେଳେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସେପଟେ ବିଦ୍ୟୁତ୍ ସେବା ବ୍ୟାହତ ହେବା ଯୋଗୁଁ ବିଭିନ୍ନ ୟୁନିଟ୍ ମଧ୍ୟ ବନ୍ଦ ହୋଇଯାଇଛି । ଏ ସମ୍ପର୍କରେ ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକଙ୍କୁ ପଚାରିବାରୁ ଗ୍ରିଡ୍ରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଥିବା ଯୋଗୁ ସେଭଳି ସମସ୍ୟା ଉପୁଜିଛି ବୋଲି କହିଛନ୍ତି । ସେହିପରି ଚିକିତ୍ସାଳୟରେ ଥିବା ଉଚ୍ଚ କ୍ଷମତା ସମ୍ପନ୍ନ ଜେନେରେଟର ମଧ୍ୟ ଅଚଳ ହୋଇପଡ଼ିଛି ।
ମୁଖ୍ୟ ଚିକିତ୍ସାଳୟରେ ଅନ୍ଧାରରେ ଚିକିତ୍ସା, ଚାଲିଗଲା ରୋଗୀଙ୍କ ଜୀବନ
ଅନ୍ଧାରରେ ବଣାଇ ଉପଖଣ୍ଡ ଚିକିତ୍ସାଳୟ । ରୋଗୀ ହଟହଟା, ଚିକିତ୍ସା ବେଳେ ଜଣେ ରୋଗୀ ମୃତ । ଗୁରୁଣ୍ଡିଆ ଡାକ୍ତରଖାନାରୁ ରେଫର ହୋଇଆସିଥିଲେ । ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଥିବାରୁ ରୋଗୀସେବା ପ୍ରଭାବିତ ।
/kanak/media/media_files/2025/07/24/3-banai-2025-07-24-07-51-57.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)