କନକ ବ୍ୟୁରୋ: ଯାତ୍ରା ଚାଲିଥିବା ବେଳେ ବାରମ୍ବାର ବିଦ୍ୟୁତ୍ କଟିବାରୁ ଉତ୍ତ୍ୟକ୍ତ ହେଲେ ଦର୍ଶକ । ଯାତ୍ରା ପେଣ୍ଡାଲକୁ ଚେୟାର ଫିଙ୍ଗି ପ୍ରତିବାଦ କଲେ । ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଦହିସଡ଼ା ଠାରେ ଯାତ୍ରା ସିଂହବାହିନୀ ନାଟକ ପରିବେଶଣ କରୁଥିଲା । ‘ଭୋଳାଶଙ୍କର’ ନାଟକ ଚାଲିଥିବା ବେଳେ ହଠାତ ବିଦ୍ୟୁତ କଟି ଯାଇଥିଲା । କିଛି ସମୟ ପରେ ବିଦ୍ୟୁତ ଆସିଥିବା ବେଳେ ପୁଣି ନାଟକ ଚାଲିଥିଲା । ପରେ ପୁଣି ବିଦ୍ୟୁତ କଟି ଯାଇଥିଲା । ବାରମ୍ବାର ବିଦ୍ୟୁତ୍ କାଟ ହେବା ଏବଂ ଯାତ୍ରାରେ ଡିଜି ମେସିନ ନଚାଲିବାରୁ ଦର୍ଶକମାନେ ଉତକ୍ଷିପ୍ତ ହୋଇ ପେଣ୍ଡାଲକୁ ପାଣି ବୋତଲ ସହିତ ଚେୟାର ଫିଙ୍ଗିଥିଲେ । ଦୀର୍ଘ ଦୁଇ ଘଣ୍ଟା ଯାତ୍ରା ବନ୍ଦ ହେବା ପରେ କମିଟି ମେମ୍ବର ଓ ଯାତ୍ରା ସଦସ୍ୟମାନେ ବୁଝାସୁଝା ପରେ ପୁଣି ଯାତ୍ରା ଚାଲିଥିଲା । ସେତେବେଳକୁ ଅନେକ ଦର୍ଶକ ରାଗରେ ଘରକୁ ଫେରିଯାଇଥିଲେ । ଦହିସଡ଼ାଠାରେ ଯାତ୍ରା ସିଂହବାହିନୀ ୩ଦିନ ପାଇଁ ଯାତ୍ରା ପରିବେଷଣ କରିବାର ଥିଲା । ଗତକାଲି ଦ୍ୱିତୀୟ ରାତିରେ ଯାତ୍ରା ଚାଲିଥିବା ବେଳେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା ।
ଯାତ୍ରା ମଞ୍ଚରେ ଉତ୍ତେଜନା, ଚେୟାର ଫୋପାଡ଼ିଲେ ଦର୍ଶକ
ଯାତ୍ରା ଚାଲିଥିବାବେଳେ ବିଦ୍ୟୁତ୍ କଟିବାରୁ ପ୍ରବଳ ଉତ୍ତେଜନା । ପେଣ୍ଡାଲକୁ ଚେୟାର ଫିଙ୍ଗି ଦର୍ଶକଙ୍କ ପ୍ରତିବାଦ । ବାଲେଶ୍ୱର ଦହିସଡ଼ା ଠାରେ ଯାତ୍ରା ସିଂହବାହିନୀ ପକ୍ଷରୁ ଚାଲିଥିଲା ନାଟକ ‘ଭୋଳାଶଙ୍କର’ ।
/kanak/media/media_files/2025/09/24/32-jatra-hungama-2025-09-24-11-33-32.jpg)