କନକ ବ୍ୟୁରୋ : କୁକୁଡା ପାଇଁ କାନ୍ଦିଲେ ଚାଷୀ। ପାଖାପାଖି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ କରି କୁକୁଡା ଫାର୍ମ କରିଛନ୍ତି ନିମାପଡ଼ାର ରମେଶ ଚନ୍ଦ୍ର ବାରିକ । ଏବେ ବାର୍ଡ ଫ୍ଲୁ ଭୟ ପରେ ଫାର୍ମର ସମସ୍ତ କୁକୁଡା ମରାଯିବା ପାଇଁ ନିଷ୍ପତି ହୋଇଛି । କେମିତି ଖର୍ଚ୍ଚ ଉଠାଇବେ, କେମିତି ଋଣ ସୁଝିବେ ସେନେଇ ଏବେ ସେ ଚିନ୍ତାରେ । କୁକୁଡା ମରାଯିବା କଥା ଶୁଣି ରମେଶଙ୍କ ଆଖି ଛଳ ଛଳ ହୋଇଯାଉଛି । କ୍ୟାମେରୋ ଆଗରେ କାନ୍ଦି ପକାଇଛନ୍ତି । ପିପିଲି ଓ ସତ୍ୟବାଦୀ ପରେ ଆଜିଠୁ ନିମାପଡ଼ା ଓ ଡେଲାଙ୍ଗରେ ଆରମ୍ଭ ହେବ କୁକୁଡା ମରା ଅଭିଯାନ। ନିମାପଡ଼ା ବ୍ଲକ ବଳଙ୍ଗା ନିକଟ କୋଟକୁସାଙ୍ଗ ଓ ଡେଲାଙ୍ଗ ବ୍ଲକ ମୋଟରୀରେ ଆଜିଠାରୁ କୁକୁଡ଼ା ମରାଯିବ। ଡେଲାଙ୍ଗରୁ ୧୦ ହଜାରରୁ ଊର୍ଦ୍ଧ୍ବ ଏବଂ ନିମାପଡାରୁ ୨୫ ହଜାର କୁକୁଡ଼ା ମାରିବ ରାପିଡ୍ ରେସ୍ପନ୍ସ ଟିମ୍ ।