କନକ ବ୍ୟୁରୋ : ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହତ୍ୟା ଘଟଣା। ପୀଡିତା ବାପାଙ୍କ ଏତେଲା ଆଧାରରେ ମାମଲା ରୁଜୁ କଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୋଲିସ କ୍ଷ କେଶ ନମ୍ବର ୨୮୪ରେ ମାମଲା ୠଜୁକରି ଭାରତୀୟ ନ୍ୟାୟ ସଂହିତା ପୁରୁଷ ବନ୍ଧୁ ପ୍ରମୋଦ ବେହେରା ଙ୍କ ଉପରେ ୨୯୬,୭୫,୭୮,୧୦୮,୬୬ (ଇ), ୬୭ (ଏ) ପରି ସଙ୍ଗିନ ଦଫା ଲଗାଯାଇଛି । ଶନିବାର ଏସପି ସିଦ୍ଧାର୍ଥ କଟାରିଆ ଘଟଣା ସ୍ଥଳରେ ସିସିଟିଭି ଫୁଟେଜ ଯାଞ୍ଚ କରିଛନ୍ତି । ସିସିଟିଭ ଫୁଟେଜରେ ମୃତ ଛାତ୍ରୀଙ୍କ ବାପାଓ ମା ସକାଳଳ ୭ଟା ୩୦ରେ ଘରୁ ବାହାରି ଯିବାର ଦୃଶ୍ୟ କଏଦ ହୋଇଥିବା ପୋଲିସ ସୂଚନା ଦେଇଛି । ପୀଡିତାଙ୍କ ବାପାଙ୍କ ମୋବାଇଲରୁ ପୁରୁଷ ବନ୍ଧୁ ପଠାଇଥିବା ଭିଡିଓ ଓ ଫଟୋ ପୋଲିସ ହାତରେ ଲାଗିଛି । ଶନିବାର ଥାନାକୁ ଡାକି ପୀଡ଼ିତାଙ୍କ ବାପା ଓ ଭାଇଙ୍କୁ ଜେରା କରିଥିଲା ପୁଲିସ । ପ୍ରେମିକ ନାଁରେ ମୃତ ଛାତ୍ରୀଙ୍କ ବାପା ଅସଦାଚରଣ କରିଥିବା ନେଇ ଏତଲା ଦେଇଥିବା କେନ୍ଦ୍ରାପଡ଼ା ଏସପି ସୂଚନା ଦେଇଛନ୍ତି । ପଟ୍ଟାମୁଣ୍ଡାଇ ଛାତ୍ରୀ ପୋଡି ଘଟଣା ଏବେ ବି ରହସ୍ୟ ଘେରରେ ରହିଛି । ଛାତ୍ରୀଙ୍କୁ ବାନ୍ଧିଥିଲା କିଏ? କେମିତି ଛାତ୍ରୀଙ୍କ ଚିତ୍କାର କାହାକୁ ଶୁଭିଲାନି? ଛାତ୍ରୀଙ୍କ ମୃତ୍ୟୁରେ ଆଉ କାହାର ସମ୍ପୃକ୍ତି ଅଛି କି ? ମୃତ୍ୟୁର ୪ ଦିନ ପରେ ପୁଲିସ ଏହାର ଉତ୍ତର ଖୋଜି ପାଉନି । ଏସବୁ ଭିତରେ ଆଜି ମୃତ ଛାତ୍ରୀଙ୍କ ଗାଁରେ ପହଞ୍ଚିଛନ୍ତି ନିଜେ ଏସପି । ସୁରାଗ ଖୋଜିବାକୁ ପଡୋଶୀଙ୍କ ସିସିଟିଭି କ୍ୟାମେରା ଯାଞ୍ଚ କରିଛି ଏସପିଙ୍କ ଟିମ୍ । ଏପରିକି ପରିବାର ଲୋକଙ୍କୁ ମଧ୍ୟ ଗୁଡେଇ ତୁଡେଇ ପ୍ରଶ୍ନ କରିଛନ୍ତି ନିଜେ ଏସପି ସିଦ୍ଧାର୍ଥ କଟାରିଆ । ବିଭିନ୍ନ ଦିଗକୁ ନଜରରେ ରଖି ତଦନ୍ତକୁ ଆଗକୁ ବଢାଉଛି ପୁଲିସ ।
ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହତ୍ୟା ଘଟଣା, ପୀଡ଼ିତା ବାପାଙ୍କ ଏତଲା ଆଧାରରେ ମାମଲା ରୁଜୁ, ପୁରୁଷ ବନ୍ଧୁଙ୍କ ନାମରେ ଲାଗିଲା ସଙ୍ଗିନ ଦଫା
ଶନିବାର ଏସପି ସିଦ୍ଧାର୍ଥ କଟାରିଆ ଘଟଣା ସ୍ଥଳରେ ସିସିଟିଭି ଫୁଟେଜ ଯାଞ୍ଚ କରିଛନ୍ତି । ସିସିଟିଭ ଫୁଟେଜରେ ମୃତ ଛାତ୍ରୀଙ୍କ ବାପାଓ ମା ସକାଳଳ ୭ଟା ୩୦ରେ ଘରୁ ବାହାରି ଯିବାର ଦୃଶ୍ୟ କଏଦ ହୋଇଥିବା ପୋଲିସ ସୂଚନା ଦେଇଛି । ପୀଡିତାଙ୍କ ବାପାଙ୍କ ମୋବାଇଲରୁ ପୁରୁଷ ବନ୍ଧୁ ପଠାଇଥିବା ଭିଡିଓ ଓ ଫଟୋ ପୋଲିସ ହାତରେ ଲାଗିଛି । ଶନିବାର ଥାନାକୁ ଡାକି ପୀଡ଼ିତାଙ୍କ ବାପା ଓ ଭାଇଙ୍କୁ ଜେରା କରିଥିଲା ପୁଲିସ ।
/kanak/media/media_files/2025/08/10/07-2025-08-10-07-27-36.jpg)