କନକ ବ୍ୟୁରୋ:  ଭାରତରେ ରାସ୍ତାରେ ଖାଲ ଯୋଗୁଁ ଦୈନିକ ୫ ଜଣଙ୍କର ମୃତ୍ୟୁ ଘଟୁଛି । ରାସ୍ତାରେ ଖାଲ ଏବଂ ନିର୍ମାଣାଧୀନ ରାସ୍ତା ଯୋଗୁଁ ଦୈନିକ ଅନେକ ଲୋକଙ୍କର ଜୀବନ ଯାଉଛି । ୨୦୧୯ ରୁ ୨୦୨୩ ମଧ୍ୟରେ, ଦେଶରେ ୯,୧୦୯ ଜଣ ଖାଲ ଯୋଗୁଁ ମୃତ୍ୟୁବରଣ କରିଛନ୍ତି, ଯେଉଁଥିରୁ ୪,୭୯୨ ଜଣ ଉତ୍ତର ପ୍ରଦେଶର । ୨୦୨୩ ରେ ଦୈନିକ ହାରାହାରି ୬ ଜଣଙ୍କର ମୃତ୍ୟୁ  ହୋଇଥିବା ବେଳେ, ଉତ୍ତର ପ୍ରଦେଶରେ ପ୍ରତ୍ୟେକ ଦିନ ୪ ଜଣଙ୍କ ମୃତ୍ୟୁ ଘଟିଛି । ନିର୍ମାଣାଧୀନ ରାସ୍ତାରେ ମୃତ୍ୟୁ ସଂଖ୍ୟା ଅଧିକ ଚିନ୍ତାଜନକ, ଦୈନିକ ୧୧ ଜଣ ମୃତ୍ୟୁବରଣ କରୁଛନ୍ତି, ଯେଉଁଥିରୁ ଉତ୍ତର ପ୍ରଦେଶରେ ୫ ଜଣ। ଏହି ସଂଖ୍ୟା ରାସ୍ତା ରକ୍ଷଣାବେକ୍ଷଣରେ ଅବହେଳା ଏବଂ ନିର୍ମାଣ ଗୁଣବତ୍ତାର ଅଭାବକୁ ସୂଚାଉଛି। ରାସ୍ତା ସୁରକ୍ଷା ଏବଂ ନିୟମିତ ଅଡିଟ୍ ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଗାତ ନେଉଛି ଜୀବନ :

Advertisment

୨୦୧୯-୨୦୨୩ ଭାରତରେ ୯,୧୦୯ ଗର୍ତ୍ତଜନିତ ମୃତ୍ୟୁ, ଉତ୍ତର ପ୍ରଦେଶରେ ୪,୭୯୨
୨୦୨୩ ଦେଶରେ ୨,୧୬୧ ଗର୍ତ୍ତଜନିତ ମୃତ୍ୟୁ, ଉତ୍ତର ପ୍ରଦେଶରେ ମୃତ୍ୟୁ ସଂଖ୍ୟା ୧,୩୨୦
୨୦୨୨ ଖାଲରେ ପଡ଼ି ୧,୮୫୬ଜଣଙ୍କ ମୃତ୍ୟୁ; ଉତ୍ତର ପ୍ରଦେଶରେ ୧,୦୩୦
୨୦୨୩ ନିର୍ମାଣାଧୀନ ରାସ୍ତାରେ ୩,୯୦୪ ଜଣଙ୍କ ମୃତ୍ୟୁ
୨୦୨୩ ମଧ୍ୟ ପ୍ରଦେଶରେ ୧୭୭ ଜଣଙ୍କ ମୃତ୍ୟୁ, ତାମିଲନାଡ଼ୁରେ ୧୫୯ 
ରାସ୍ତା ରକ୍ଷଣାବେକ୍ଷଣ ଏବଂ ସୁରକ୍ଷା ଅଡିଟ୍ ଅଭାବ ମୃତ୍ୟର ମୁଖ୍ୟ କାରଣ