କନକ ବ୍ୟୁରୋ : ଆନ୍ଦୋଳନରୁ ହଟିଲେ ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ବ୍ୟବସାୟ ସଂଘ । ଯୋଗାଣ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ହଟିବାକୁ ନିଷ୍ପତ୍ତି ନେଇଛି ସଂଘ । ଏହାସହ ଗୁରୁବାର ଠାରୁ ଶୀତଳ ଭଣ୍ଡାର ଖୋଲି ନିଜ ରାଜ୍ୟରେ ଆଳୁ ଯୋଗାଇ ଦେବାକୁ ରାଜି ହୋଇଛି ସଂଘ । ତେବେ ସୀମାରୁ କଟକଣା ଉଠାଯିଵା ନେଇ ଖୁବଶୀଘ୍ର ସରକାର ଆଲୋଚନା କରିବେ ବୋଲି ପଶ୍ଚିମବଙ୍ଗ ଯୋଗାଣ ମନ୍ତ୍ରୀ ବେଚରାମ ମାନ୍ନା ସୂଚନା ଦେଇଛନ୍ତି । ଏହାପରେ ପୁଣି ପଶ୍ଚିମବଙ୍ଗ ଆଳୁ ଓଡ଼ିଶା ଆସିବ ବୋଲି ଆଶା କରାଯାଉଛି ।  

Advertisment

ସେପଟେ ପ୍ରଗତିଶୀଳ ଆଳୁ ବ୍ୟବସାୟ ସଂଘର ସଭାପତି ଜଗବନ୍ଧୁ ମଣ୍ଡଳ, ସରକାରଙ୍କୁ ବ୍ୟବସାୟୀଙ୍କ କ୍ଷତି ନକରିବାକୁ ଅନୁରୋଧ କରିଛନ୍ତି । ଓଡ଼ିଶାକୁ ଏକ ସପ୍ତାହ ଧରି ଆଳୁ କଟକଣା ପରେ ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ବ୍ୟବସାୟୀ ସଂଘ ତରଫରୁ ପଶ୍ଚିମବଙ୍ଗରେ ଗତ ସୋମବାର ମଧ୍ୟରାତ୍ରିରୁ ୪୮୦ରୁ ଅଧିକ ଶୀତଳଭଣ୍ଡାରକୁ ବନ୍ଦ ରଖିବା ଫଳରେ ସମଗ୍ର ରାଜ୍ୟରେ ଆଳୁ ଯୋଗାଣ ଠପ ହୋଇଛି । ଆଳୁକୁ ନେଇ ରାଜ୍ୟ ଓ ରାଜ୍ୟ ବାହାରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଳୁ ଦର ୪୦ ଟଙ୍କା ଟପିଲାଣି  କ୍ଷ ମାତ୍ର ପଶ୍ଚିମବଙ୍ଗରେ ଶୀତଳ ଭଣ୍ଡାର ବନ୍ଦ ରହିବା ଫଳରେ ଆଳୁ ଦର ବୃଦ୍ଧି ପାଇଛି  କ୍ଷ ସଂଘର ଆନ୍ଦୋଳନ ପ୍ରତ୍ୟାହାର ପରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟଗୁଡ଼ିକୁ ପୂର୍ବଭଳି ଆଳୁ ଯୋଗାଣ କେବେଠାରୁ ସ୍ବାଭାବିକ ହେବ, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।