କନକବ୍ୟୁରୋ : ବଜାରରେ ଆଳୁ ଦର କେତେ? ମନ୍ତ୍ରୀ କହୁଛନ୍ତି ସେ ନିଜେ ୩୦ ଟଙ୍କାରେ ଆଳୁ କିଣୁଛନ୍ତି। ହେଲେ ବଜାରରେ ୪୫ରୁ ୫୦ ଟଙ୍କାରେ ବିକ୍ରି ହେଉଥିବା ଲୋକେ କହୁଛନ୍ତି । ପଶ୍ଚିମବଙ୍ଗ ସରକାର ଓଡିଶାକୁ ଆଳୁ ରପ୍ତାନୀ ବନ୍ଦ କରିବାର ଦୁଇଦିନ ବିତିଗଲାଣି । ଆଳୁ ଦର ବି ଦୁଇ ଦିନରେ ପ୍ରାୟ ୧୦ ଟଙ୍କା ବଢିଗଲାଣି। କିଲୋ ପିଛା ଦର ୪୦ ଟଙ୍କାରେ ପହଁଚିଛି ।
ଆଳୁ ଦର ବୃଦ୍ଧିକୁ ନେଇ ଚିନ୍ତାରେ ପଡିଲେଣି ଖାଉଟି। ଆଳୁ ଦର ବୃଦ୍ଧି କଥାକୁ ମାନିବାକୁ ନାରାଜ ଯୋଗାଣ ମନ୍ତ୍ରୀ । ସେ ନିଜେ ୩୦ଟଙ୍କାରେ ଆଳୁ କିଣିଛନ୍ତି ବୋଲି କହିଛନ୍ତି। ଏଥିସହ ପଶ୍ଚିମବଙ୍ଗକୁ କଡା ଜବାବ ଦେଇଛନ୍ତି ଯୋଗାଣ ମନ୍ତ୍ରୀ। କୃଷ୍ଣପାତ୍ର କହିଛନ୍ତି, ପଶ୍ଚିମବଙ୍ଗରୁ ଆଉ ଆଳୁ ଆସିବ ନାହିଁ କି ଆମେ ମାଗିବୁ ନାହିଁ। ଉତ୍ତରପ୍ରଦେଶରୁ ଆଳୁ ଆସିଛି। ବଜାରରେ ପର୍ଯ୍ୟାପ୍ତ ପରିମାଣରେ ଆଳୁ ଅଛି । ଏହାରି ଭିତରେ ଲୋକେ ଚଢା ଦରରେ ଆଳୁ କିଣୁଥିବାରୁ ଅସନ୍ତୋଷ ବଢିବାରେ ଲାଗିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/12/01/3HPHFwSc4v6TUuZQrhRK.jpg)