କନକ ବ୍ୟୁରୋ : ଆଳୁ କିଲୋ ୮ ଟଙ୍କା । ରାଜ୍ୟରେ ଆଳୁ କିଲୋ ୨୦ ଟଙ୍କା ଉପରେ ରହିଛି । କିନ୍ତୁ ମୟୂରଭଞ୍ଜ ଜିଲ୍ଲା ବେତନଟିରେ ଆଳୁ କିଲୋ ପିଛା ୮ ଟଙ୍କାରେ ବିକ୍ରି ହେଉଛି । ଆଜି ସକାଳୁ ପଶ୍ଚିମବଙ୍ଗରୁ ଏକ ଆଳୁ ଟ୍ରକ ଆସି ବେତନଟିରେ ପହଞ୍ଚିଥିଲା । ଆଳୁ କିଲୋ ୮ ଟଙ୍କାରେ ବିକ୍ରି କରିଥିଲେ ବେପାରୀ । ବସ୍ତା ପିଛା ମାତ୍ର ୪ଶହ ଟଙ୍କାରେ ବିକ୍ରି ହୋଇଥିଲା । ଆଉ ସଙ୍ଗେ ସଙ୍ଗେ ଆଳୁ ବସ୍ତା କିଣିବା ପାଇଁ ଖବର ବ୍ୟାପି ଗଲା ।

Advertisment

ଭିଡ଼ ଏତେ ଅସମ୍ଭାଳ ହୋଇଗଲା ଯେ, ରାସ୍ତା ମଧ୍ୟ ଜାମ୍‌ ହୋଇଗଲା । ଲୋକେ ମମତା ଦିଦି ଆଳୁ ପଠାଇଛନ୍ତି କହି ଖୁସିରେ ବସ୍ତା ବସ୍ତା ଆଳୁ ବୋହି ନେଇଥିଲେ । ବେତନଟି ବ୍ଲକ ବୈଶିଙ୍ଗା ଉପକଣ୍ଠ ପଣସିଆ ଛକ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସନ୍ଧ୍ୟାରେ ଆଉ ଏକ ଆଳୁ ଟ୍ରକ ଆସିବ ବୋଲି କହିଛନ୍ତି ପଶ୍ଚିମବଙ୍ଗର ଯୁବ ବେପାରୀ ।