ଉତ୍ତରପ୍ରଦେଶରୁ ଆସିଲା ଆଳୁ ; ୩୦ ଟଙ୍କାରେ ବିକ୍ରି କରୁଛି ନାଫେଡ୍

 ଉତ୍ତରପ୍ରଦେଶରୁ ଆସିଲା ଆଳୁ ଟ୍ରକ୍,  ୩୦ ଟଙ୍କାରେ ବିକ୍ରି କରୁଛି ନାଫେଡ୍। ଖାଉଟିଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦେବାକୁ ଯୋଗାଣ ବିଭାଗର ନିଷ୍ପତ୍ତି। 

17po

କନକ ବ୍ୟୁରୋ: ଉତ୍ତରପ୍ରଦେଶରୁ ଆସିଲା ଆଳୁ, ଖାଉଟିଙ୍କୁ ୩୦ ଟଙ୍କାରେ ଯୋଗାଇଲେ ରାଜ୍ୟ ସରକାର । ରାଜ୍ୟରେ ଖାଉଟିଙ୍କୁ କମ ଦାମରେ ଆଳୁ ଯୋଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ୟ୍ୟାୟରେ ୩ଟି ଗାଡ଼ିରେ ୬୦ ଟନ ଆଳୁ ଉତ୍ତର ପ୍ରଦେଶରୁ ଆସି ଭୁବନେଶ୍ୱରରେ ପହଞ୍ଚିଛି। 

ସୋମବାର ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖ ସମେତ ସହରର ବିଭିନ୍ନ ସ୍ଥାନରେ ସର୍ବସାଧାରଣ ମାନଙ୍କ ପାଇଁ କିଲୋଗ୍ରାମ ପିଛା ୩୦ ଟଙ୍କାରେ ବିକ୍ରୟ କରାଯାଇଛି। ଏହି ଆଳୁ ସମସ୍ତ ସରକାରୀ ସୁଲଭ ଖୁଚୁରା କେନ୍ଦ୍ରରେ ସର୍ବ ସାଧାରଣଙ୍କୁ ବିକ୍ରୟ କରାଯିବ। ଏହାଦ୍ୱାରା ଖାଉଟିଙ୍କୁ ସୁଲଭ ଦରରେ ଆଳୁ ଉପଲବ୍ଧ କରାଇବା ସହ ରାଜ୍ୟରେ ଆଳୁ ସଙ୍କଟ ଦୂର ହୋଇପାରିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। 

ପ୍ରଥମ ପର୍ୟ୍ୟାୟରେ ଏହା ଭୁବନେଶ୍ୱର, କଟକ, ରାଉଲକେଲା, ଜୟପୁର, ବାଲେଶ୍ୱର,ବଲାଙ୍ଗୀର, ସମ୍ବଲପୁର ଓ ବ୍ରହ୍ମପୁରର ବିଭିନ୍ନ ସରକାରୀ ଖୁଚୁରା ଦୋକାନ ମାଧ୍ୟମରେ ଉପଲବ୍ଧ ହେବ, ଖାଉଟି ମାନେ ଏହାକୁ କିଲୋଗ୍ରାମ ପିଛା ୩୦ ଟଙ୍କାରେ କିଣିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe