କନକ ବ୍ୟୁରୋ: ଓଡିଶାରେ ତୁଟିଛି ଆଳୁ ସଙ୍କଟ । ଗତକାଲିଠୁ ଓଡ଼ିଶାରେ ଆଳୁ ୨୦ ଟଙ୍କା ଦରରେ ବିକ୍ରି ହେଉଛି । ଏବେ ପୁଣି ଟ୍ରେନରେ ଓଡ଼ିଶାକୁ ଆଳୁ ଆସୁଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି । 

Advertisment

ନାଫେଡ ଜରିଆରେ ପର୍ୟ୍ୟାପ୍ତ ପରିମାଣର ଆଳୁ ଯୋଗାଇ ଦିଆଯିବ । ଓଡିଶାକୁ ଶହ ଶହ ଟ୍ରିପ ଆଳୁ ଆସୁଛି। ଆଗକୁ ଆଳୁ ଦର ଆହୁରି କମିବ ବୋଲି ଆକଳନ କରାଯାଉଛି । ଆଳୁ ଦର କମିଥିବା ବେଳେ ଏୱେ ପିଆଜ ଦର ଉଚ୍ଚା ରହିଛି । ତେଣୁ ପିଆଜ ଦରକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଥିବା କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ନାଫେଡ ଜରିଆରେ ଦୈନିକ ଦୁଇ ଦୁଇ ଟ୍ରିପ ପିଆଜ ଆସିବ । ଯେଉଁ ରାଜ୍ୟରେ ପିଆଜ କମ ଦାମରେ ମିଳିବ, ସେଠାରୁ ପିଆଜ ଅଣାଯିବ ବୋଲି ମନ୍ତ୍ରୀ କହିଛନ୍ତି ।