କନକ ବ୍ୟୁରୋ: ଦୁର୍ଗାପୂଜା ଅବସରରେ ଝାରସୁଗୁଡ଼ାରେ ଦେଖିବାକୁ ମିଳିଛି ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ହୋର୍ଡିଂ ପ୍ରତିଯୋଗିତା । ସହରର ବିଭିନ୍ନ ଛକମାନଙ୍କରେ ବିଭିନ୍ନ ରାଜନୈତିକ ଦଳମାନେ ଦୁର୍ଗାପୂଜା ଓ ଦଶହରା ଉତ୍ସବ ପାଇଁ ହୋର୍ଡିଂ ଲଗାଇ ଥିବା ଦେଖିବାକୁ ମିଳିଛି ।

Advertisment

ଦୁର୍ଗାପୂଜାରେ ପୋଷ୍ଟର ପ୍ରତିଯୋଗିତା । ପତିଆରା ଦେଖାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ରାଜନୈତିକ ଦଳ । ସହରର ମୁଖ୍ୟ ଛକ କୁହାଯାଉଥିବା ପୁରୁଣା ବସଷ୍ଟାଣ୍ଡ ଛକ, ହସ୍ପିଟାଲ୍ ଛକ, ସରବାହାଲ ଛକ, ବମ୍ବେ ଛକରେ ଲଗାଇଛନ୍ତି ପୋଷ୍ଟର । ଏଥିରେ ଲୋକଙ୍କୁ ଦଶହରା ଓ ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି ନେତା । ଝାରସୁଗୁଡ଼ା ସହରକୁ ଛାଡିଦେଲେ ବେଲପାହାଡ ବ୍ରଜରାଜନଗରରେ ମଧ୍ୟ ଏମିତି ପୋଷ୍ଟର ଦେଖିବାକୁ ମିଳିଛି ।

ଝାରସୁଗୁଡ଼ାରେ ନୂଆଖାଇ, ରଥଯାତ୍ରା, ଦଶହରା, ଦୀପାବଳି ଭଳି ବଡ଼ ପର୍ବ ଆସିଲେ ନେତା ପୋଷ୍ଟର ଲଗାଇ ଶୁଭେଚ୍ଛା ବାର୍ତ୍ତା କିମ୍ବା ଅଭିନନ୍ଦନ ଜଣାଇଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ସରିବା ପରେ ଝାରସୁଗୁଡ଼ା ଜିଲ୍ଲାରରେ ପଟ୍ଟ ପରିବର୍ତ୍ତନ ହୋଇଛି । ଆଉ ଏହାପରେ ଅଧିକ ପୋଷ୍ଟର ଦେଖିବାକୁ ମିଳିଛି । ଝାରୁସୁଗୁଡାରେ ପଟ୍ଟ ପରିବର୍ତ୍ତନ ପରେ ନେତାଙ୍କ ପୋଷ୍ଟର ରାଜନୀତି ବେଶ ଚର୍ଚ୍ଚାର ବିଷୟ ହୋଇଛି ।