କନକ ବ୍ୟୁରୋ : ଝାଡଖଣ୍ଡରେ ଲାଗିଲା ଓଡ଼ିଶା ପୋଲିସର ପୋଷ୍ଟର । କେନ୍ଦୁଝରର ବହୁ ଚର୍ଚ୍ଚିତ ଖଣି କମ୍ପାନୀ ଅଧିକାରୀଙ୍କ ଅପହରଣ ମାମଲାର ମୁଖ୍ୟ ଅଭିଯୁକ୍ତ ବାବୁ ଖାଁ ଓରଫ ସଦାବ ଖାଁ ଫେରାର ଅଛନ୍ତି । ତାଙ୍କ ସମ୍ପର୍କରେ କେହି ସୂଚନାଦେଲେ ୨ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଛି । ତେବେ ତାଙ୍କର ପରିଚୟ ଗୋପନ ରଖାଯିବ ବୋଲି କେନ୍ଦୁଝର ପୋଲିସ ପକ୍ଷରୁ ବଡବିଲ ଯୋଡ଼ା ସହ ପଡୋଶୀ ଝାଡଖଣ୍ଡ ରାଜ୍ୟର ବିଭିନ୍ନ ସହର, ଏଵଂ ରାଜଧାନୀରେ କେନ୍ଦୁଝର ପକ୍ଷରୁ ପୋଷ୍ଟର ମରାଯାଇଛି । 

Advertisment

ଗତ ୧୨ ତାରିଖ କେନ୍ଦୁଝର ବଡବିଲର ଗ୍ରେୱାଲ ଖଣି କମ୍ପାନୀର ଉପସଭାପତି ନିଗମାନନ୍ଦ ପ୍ରଧାନଙ୍କୁ ଅପହରଣ କରି ତାଙ୍କୁ ଛାଡ଼ିବାକୁ ୨ କୋଟି ଦା ଅପହରଣକାରୀ । ଏହି ମାମଲାରେ ଉତ୍ତରାଞ୍ଚଳ ଡି ଆଇ ଜି, କେନ୍ଦୁଝର ଏସପିଙ୍କ ତ୍ୱତାବଧନାରେ ୧୨ ଟିମ ଗଠନ କରି ୯ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା । କିନ୍ତୁ ଏହି ଅପହରଣର ମାଷ୍ଟର ମାଇଣ୍ଡ ଝାଡଖଣ୍ଡର କୁଖ୍ୟାତ  ଅପରାଧୀ ସଦାବ୍ ଖାଁ କୌଶଳ କ୍ରମେ ଫେରାର ହୋଇଯାଇଥିଲା ।