କନକ ବ୍ୟୁରୋ : ପହଲଗାମ ଆତଙ୍କୀ ଆକ୍ରମଣ ପଛରେ ପାକିସ୍ତାନକୁ ଦାୟୀ କରି ଶକ୍ତ ନିଷ୍ପତ୍ତି ନେଇଛି ଭାରତ । ଏହାରି ଭିତରେ ନୂଆ ଦିଲ୍ଲୀ ସ୍ଥିତ ପାକିସ୍ତାନ ଦୂତବାସର ଶୀର୍ଷ ଅଧିକାରୀଙ୍କୁ ସମନ କରିଛନ୍ତି ଭାରତ ସରକାର। ପାକିସ୍ତାନୀ ଅଧିକାରୀ ସାଦ ଅହମ୍ମଦ ୱରାଇଜ୍ ଜରିଆରେ ପାକ୍ ସରକାର ଓ ପାକିସ୍ତାନ ସେନାଙ୍କୁ ଚେତାବନୀ ଦିଆଯାଇଛି । ଔପଚାରିକ ଭାବେ ଏକ ନନ୍ ଗ୍ରେଟା ନୋଟ୍ ଜାରି କରିଛି ପ୍ରତିରକ୍ଷା ମନ୍ତ୍ରାଳୟ। ଏଭଳି ଆତଙ୍କୀ କାର୍ୟ୍ୟକଳାପର ଶକ୍ତ ଜବାବ ଦିଆଯିବ ବୋଲି ଭାରତ ସରକାର ରୋକଠୋକ୍ ଜଣାଇ ଦେଇଛନ୍ତି । କେବଳ ସେତିକି ନୁହେଁ ଭାରତ ସରକାରଙ୍କ ତରଫରୁ ପାକିସ୍ତାନ ଉପରେ ଡିଜିଟାଲ ଷ୍ଟ୍ରାଇକ୍ ଆରମ୍ଭ ହୋଇଛି । ପାକିସ୍ତାନ ସୋସିଆଲ ମିଡିଆକୁ ଭାରତରେ ବ୍ୟାନ୍ କରାଯାଇଛି ।
ପହଲଗାମ ଆକ୍ରମଣ ପରେ ଡିଜିଟାଲ ଷ୍ଟ୍ରାଇକ୍ । ପାକିସ୍ତାନ ସୋସିଆଲ ମିଡିଆ ଭାରତରେ ବ୍ୟାନ୍
ଏହାରି ଭିତରେ ନୂଆ ଦିଲ୍ଲୀ ସ୍ଥିତ ପାକିସ୍ତାନ ଦୂତବାସର ଶୀର୍ଷ ଅଧିକାରୀଙ୍କୁ ସମନ କରିଛନ୍ତି ଭାରତ ସରକାର। ପାକିସ୍ତାନୀ ଅଧିକାରୀ ସାଦ ଅହମ୍ମଦ ୱରାଇଜ୍ ଜରିଆରେ ପାକ୍ ସରକାର ଓ ପାକିସ୍ତାନ ସେନାଙ୍କୁ ଚେତାବନୀ ଦିଆଯାଇଛି ।
/kanak/media/media_files/2025/04/24/ET2IXZVUqhE8exMrbZit.jpg)