କନକ ବ୍ୟୁରୋ : ଦୀର୍ଘ ୨୨ ଘଣ୍ଟା ହେବ ରାସ୍ତା ଉପରେ ଶବ ରଖି ଚାଲିଛି ରାସ୍ତା ରୋକ । ସୁନ୍ଦରଗଡ଼ ଜିଲ୍ଲା ହେମଗିରିର ଗର୍ଜନବାହାଲରେ ଦୁର୍ଘଟଣା ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ଅନେକ ସମୟରେ କୋଇଲା ବୋଝେଇ ଟ୍ରକ ଧକ୍କାରେ ବହୁ ଜୀବନ ହାନି ହେଉଛି । ତେଣୁ ସ୍ବତନ୍ତ୍ର କୋଲ୍ କରିଡର ରାସ୍ତା ନିର୍ମାଣ କରିବାକୁ ଲୋକେ ଦାବି କରି ଆସୁଛନ୍ତି।
ଗତକାଲି ସନ୍ଧ୍ୟାରେ ହେମଗିରିର ଗର୍ଜନବାହାଲରେ କୋଇଲା ବୋଝେଇ ଟ୍ରକ ଧକ୍କାରେ ପପୁ ଅମାତ୍ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ତାଙ୍କୁ ଉଚିତ କ୍ଷତିପୂରଣ ଓ ସ୍ୱତନ୍ତ୍ର କୋଲ କରିଡର ରାସ୍ତା ଦାବିରେ କାଲି ସନ୍ଧ୍ୟାରୁ ରାସ୍ତାରୋକ ଜାରି ରହିଛି । ଏମସିଏଲ କନିକା ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ରହିଛି ଫଳରେ କୋଇଲା ପରିବହନ ଓ ଗମନାଗମନ ସମ୍ପୂର୍ଣ ବନ୍ଦ ରହିଛି ।
ହେମଗିରିରେ ଦୁର୍ଘଟଣା ପରେ ଉତ୍ତେଜନା ; ରାସ୍ତା ଉପରେ ଶବ ରଖି ରାସ୍ତାରୋକ
ଦୀର୍ଘ ୨୨ ଘଣ୍ଟା ହେବ ରାସ୍ତା ଉପରେ ଶବ ରଖି ଚାଲିଛି ରାସ୍ତା ରୋକ । ସୁନ୍ଦରଗଡ଼ ଜିଲ୍ଲା ହେମଗିରିର ଗର୍ଜନବାହାଲରେ ଦୁର୍ଘଟଣା ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି ।