ସୀମାରେ ସ୍ଥିରତା ଫେରିଛି, ସମ୍ପର୍କ ସୁଧାରିବାର ଏହା ହିଁ ପ୍ରକୃତ ସମୟ: ଡୋଭାଲଙ୍କୁ ଭେଟି ଏମିତି କହିଲେ ଚୀନ୍ ବୈଦେଶିକ ମନ୍ତ୍ରୀ

ଚୀନ୍‌ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଭାରତ ଗସ୍ତରେ ଅଛନ୍ତି ଏବଂ ସେ ଆଜି(ମଙ୍ଗଳବାର) NSA ଡୋଭାଲଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ଅନେକ ପ୍ରସଙ୍ଗ ଉପରେ ଆଲୋଚନା କଲେ ।

Dovs

କନକ ବ୍ୟୁରୋ: ଆମେରିକାର ଟାରିଫ୍‌ ୱାର୍‌ ମଧ୍ୟରେ ଭାରତ ପାଇଁ ପଡ଼ୋଶୀ ଦେଶ ଚୀନ୍‌ରୁ ଏକ ଆଶ୍ୱସ୍ତିକର ଖବର ଆସିଛି । ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆସୁଛି ଏବଂ ସୀମାରେ ସ୍ଥିରତା ଫେରୁଥିବା ସଙ୍କେତ ମିଳିଛି । ଏହି ସଙ୍କେତ ଚୀନ୍‌ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଏବଂ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲଙ୍କ ମଧ୍ୟରେ ହୋଇଥିବା ଏକ ବୈଠକରୁ ମିଳିଛି ଏହି ସାକ୍ଷାତକାର ସମୟରେ ଚୀନ୍ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ସୀମାରେ ସ୍ଥିରତା ଫେରିଥିବାରୁ ସେ ବହୁତ ଖୁସି । ସେ ଏହା ମଧ୍ୟ କହିଛନ୍ତି ଯେ ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ସୁଧାରିବା ପାଇଁ ଏହା ହିଁ ପ୍ରକୃତ ସମୟ । ଏହା ଦ୍ୱାରା ଉଭୟ ଦେଶର ବିକାଶକୁ ଗତି ମିଳି ପାରି

ଚୀନ୍‌ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଭାରତ ଗସ୍ତରେ ଅଛନ୍ତି ଏବଂ ସେ ଆଜି(ମଙ୍ଗଳବାର) NSA ଡୋଭାଲଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ଏହି ବୈଠକରେ ସେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ବୈଠକ ସମୟରେ ୱାଙ୍ଗ ୟି କହିଥିଲେ, "ଗତ ବର୍ଷ ଶେଷ ବେଳକୁ ମଧ୍ୟ ଭାରତର ବିଶେଷ ପ୍ରତିନିଧିମାନଙ୍କ ସହ ୨୩ତମ ପର୍ଯ୍ୟାୟରେ ଭଲ ଆଲୋଚନା ହୋଇଥିଲା । ବୈଠକରେ ଆମେ ମତଭେଦ ଦୂର କରିବା ସହିତ ସୀମାରେ ସ୍ଥିରତା ପାଇଁ ସହମତି ପ୍ରକାଶ କରିଥିଲୁ, ଯାହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି । ଆମେ କିଛି ବିଶେଷ ଲକ୍ଷ୍ୟ ମଧ୍ୟ ସ୍ଥିର କରିଥିଲୁ । ଏବେ ଖୁସିର କଥା ଯେ ବର୍ତ୍ତମାନ ସୀମାରେ ସ୍ଥିରତା ଫେରିଆସିଛି ।"

ଚୀନ ବୈଦେଶିକ ମନ୍ତ୍ରୀଙ୍କ ମୁହଁରେ NSA ଡୋଭାଲଙ୍କ ପ୍ରଶଂସା

ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି NSA ଡୋଭାଲଙ୍କ ପ୍ରଶଂସା କରି କହିଛନ୍ତି, "ଭାରତୀୟ ପକ୍ଷର ବିଶେଷ ପ୍ରତିନିଧି ଭାବରେ ଡୋଭାଲଙ୍କ ପ୍ରୟାସକୁ ମୁଁ ପ୍ରଶଂସା କରୁଛି । ବର୍ତ୍ତମାନ ଦ୍ୱିପାକ୍ଷିକ ସମ୍ପର୍କରେ ସୁଧାର ଏବଂ ବିକାଶ ପାଇଁ ଆମ ପାଖରେ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ରହିଛି ।" 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe