ନୂଆ ରାସନକାର୍ଡ ପାଇଁ ଆଜିଠୁ ଖୋଲିବ ପୋର୍ଟାଲ : ଅଯୋଗ୍ୟଙ୍କୁ ବାଦ୍, ଯୋଗ୍ୟଙ୍କୁ ସ୍ଥାନ ମିଳିବ କହିଲେ ମନ୍ତ୍ରୀ

Advertisment

ନୂଆ ରାସନକାର୍ଡ ପାଇଁ ଆଜିଠୁ ଖୋଲିବ ପୋର୍ଟାଲ, ବାଦ ପଡିଥିବା ହିତାଧିକାରୀ କରିପାରିବେ ଆବେଦନ। ଶୁକ୍ରବାର ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମ୍ବଲପୁର ଗସ୍ତ ସମୟରେ ସମୀକ୍ଷା ବୈଠକରେ ଏହି ସୂଚନା ଦେଇଛନ୍ତି

ନୂଆ ରାସନକାର୍ଡ ପାଇଁ ଆଜିଠୁ ଖୋଲିବ ପୋର୍ଟାଲ, ବାଦ ପଡିଥିବା ହିତାଧିକାରୀ କରିପାରିବେ ଆବେଦନ। ଶୁକ୍ରବାର ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମ୍ବଲପୁର ଗସ୍ତ ସମୟରେ ସମୀକ୍ଷା ବୈଠକରେ ଏହି ସୂଚନା ଦେଇଛନ୍ତି

RASAN6

Photograph: (KanakNews )

କନକବ୍ୟୁରୋ : ନୂଆ ରାସନକାର୍ଡ ପାଇଁ ଆଜିଠୁ ଖୋଲିବ ପୋର୍ଟାଲ, ବାଦ ପଡିଥିବା ହିତାଧିକାରୀ କରିପାରିବେ ଆବେଦନ। ଶୁକ୍ରବାର ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମ୍ବଲପୁର ଗସ୍ତ ସମୟରେ ସମୀକ୍ଷା ବୈଠକରେ ଏହି ସୂଚନା ଦେଇଛନ୍ତି  ।  ମାର୍ଚ୍ଚ ୩୧ ତାରିଖ ରାସନ କାର୍ଡ ଇ–କେୱାଇସିର ଶେଷ ତାରିଖ ହୋଇଥିବା ବେଳେ ଧାର୍ଯ୍ୟ ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହୋଇଯିବ  ।   

୨୪ ବର୍ଷ କାଳ ସରକାର ଥିବା ସମୟରେ ହିଁ ଭୁତ ରାସନ କାର୍ଡ ଗୁଡିକ ହୋଇଛି ଏବଂ ବର୍ତ୍ତମାନ ସେଗୁଡିକୁ ଇ- କେୱାସି ଜରିଆରେ ପୁନଃ ସଂଶୋଧନ କରି ଛାଣି ଦିଆଯାଉଛି । ପ୍ରାୟ ୪ ଲକ୍ଷ ମୃତ ବ୍ୟକ୍ତିଙ୍କ ରାସନ କାର୍ଡ କଟା ସରିଥିବା ମନ୍ତ୍ରୀ କହିଛନ୍ତି। ସେହିପରି କିଛି ଚାକିରିଆମାନେ ସେମାନଙ୍କ ରାସନ କାର୍ଡ ଫେରାଇଛନ୍ତି । 

ଆୟକର ଦେଉଥିବା ବ୍ୟକ୍ତିମାନଙ୍କର ତାଲିକା ଆସିଥିବା ବେଳେ ଏଗୁଡିକର ସର୍ଭେ କରାଯିବ। ଭଲ ଆୟ ଥିବା ଲୋକଙ୍କର ରାସନ କାର୍ଡ କଟାଯିବ, ଯେଉଁ ଗରିବ ବ୍ୟକ୍ତି ଋଣ କିମ୍ବା ଅନ୍ୟ କାରଣରୁ ଆୟକର ଦାଖଲ କରିଥିବେ,  ସେମାନଙ୍କର ରାସନ କାର୍ଡ କଟିବନାହିଁ ।  ଏବେ ଯୋଗ୍ୟ ହିତାଧିକାରୀମାନେ ରାସନ କାର୍ଡ ପାଇବେ ଏବଂ ଅଯୋଗ୍ୟମାନଙ୍କର ରାସନ କାର୍ଡ କଟିବ ବୋଲି ସେ କହିଛନ୍ତି।

ରାସନ କାର୍ଡ ପାଇଁ ପୋର୍ଟାଲ
ନୂଆ ରାସନକାର୍ଡ ପାଇଁ ଆଜିଠୁ ଖୋଲିବ ପୋର୍ଟାଲ
ବାଦ ପଡିଥିବା ହିତାଧିକାରୀ କରିପାରିବେ ଆବେଦନ
ମାର୍ଚ୍ଚ ୩୧ ଇ-କେୱାଇସିର ଶେଷ ତାରିଖ
୪ ଲକ୍ଷ ମୃତ ବ୍ୟକ୍ତିଙ୍କ ରାସନ କାର୍ଡ କଟା ସରିଥିବା ମନ୍ତ୍ରୀଙ୍କ ସୂଚନା
ଅନେକ ସରକାରୀ ଅଧିକାରୀ ଫେରାଇଲେଣି ରାସନକାର୍ଡ
ଆୟକର ଦେଉଥିବା ବ୍ୟକ୍ତିମାନଙ୍କର ତାଲିକା ଆସିସାରିଛି
ଭଲ ଆୟ ଥିବା ଲୋକଙ୍କର ରାସନ କାର୍ଡ କଟାଯିବ
ଆୟକର ଦାଖଲ କରିଥିବା ଗରିବ ହିତାଧିକାରୀଙ୍କ କଟିବନି ରାସନ କାର୍ଡ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe