କନକ ବ୍ୟୁରୋ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଏହାର ୧୮ ବର୍ଷ ପୂରଣ କରିଛି । ଦେଶର ଏହି ପ୍ରତିଷ୍ଠିତ ଲିଗର ପ୍ରଥମ ମ୍ୟାଚ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିଲା । ଯେଉଁଠାରେ ଉଦଘାଟନୀ ମ୍ୟାଚରେ ନ୍ୟୁଜିଲାଣ୍ଡର ଓପନର ବ୍ରେଣ୍ଡନ ମ୍ୟାକକୁଲମ ମ୍ୟାଚକୁ ଏକତରଫା କରି କେକେଆରକୁ ବିଜୟୀ କରାଇଥିଲେ । ବର୍ଷ ବର୍ଷ ଧରି, ଅନେକ ଭାରତୀୟ ଏବଂ ବିଦେଶୀ ଖେଳାଳି ଏହି ପ୍ରତିଯୋଗିତାରେ ନିଜର ଛାପ ଛାଡ଼ିଛନ୍ତି । ଆଇପିଏଲ ଯୋଗୁଁ ଖାଲି ଭାରତ ନୁହେଁ ବିଶ୍ବର ସବୁ କ୍ରିକେଟ ବୋର୍ଡ ଲାଭବାନ ହୋଇଛନ୍ତି । କାରଣ ଆଇପିଏଲରେ ଭଲ ପ୍ରଦର୍ଶନ କରିଲେ ସିଧାସଳଖ ଟିମରେ ସ୍ଥାନ ମିଳେ । ଏହି ପ୍ରତିଯୋଗିତା ଅନେକ ପ୍ରତିଭାବାନ ଖେଳାଳି ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିବା ଏବଂ ସେମାନଙ୍କ ଜାତୀୟ ଦଳରେ ସ୍ଥାନ ପାଇବାର ସୁଯୋଗ ଦେଇଛି । ଏକ ରିପୋର୍ଟ ଅନୁଯାୟୀ, ୨୦୨୪ ସୁଦ୍ଧା ଆଇପିଏଲ୍ର ମୋଟ୍ ବ୍ରାଣ୍ଡ୍ ମୂଲ୍ୟ ୧୨ ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଛି, ଯାହା ବିଶ୍ୱର ଯେକୌଣସି କ୍ରିକେଟ ଲିଗର ବ୍ରାଣ୍ଡ ମୂଲ୍ୟଠାରୁ ଢେର ଅଧିକ। ଆଇପିଏଲ ଖାଲି ନାଁ ନୁହେଁ ଏହା ଏବେ ବ୍ରାଣ୍ଡ , ଏହି ବ୍ରାଣ୍ଡ ହେବା ପଛରେ ହାତ ରହିଛି ଲଲିତ ମୋଦିଙ୍କର । କାରଣ ଲଲିତଙ୍କ ପରିକଳ୍ପନାରେ ଆଇପିଏଲ ଆସିଥିଲା । ବୁମରାହ, ପାଣ୍ଡ୍ୟା ବ୍ରଦର୍ସ, ୟୁସୁଫ ପଠାନ, ଶୁଭମନ ଗିଲ, ଜୟସ୍ବାଲ, ବୁମରାହ, ଚହଲଙ୍କ ପରି ଭାରତୀୟ କ୍ରିକେଟର ଆଇପିଏଲ୍ ପାଇଁ ପରିଚୟ ପାଇଛନ୍ତି ଏଥିରେ ସନ୍ଦେହ ନାହିଁ । ତେବେ ଏହି ଲିଗ ଆଗକୁ ଏମିତି ଜାରି ରହିଥାଉ ଏବଂ ଭାରତୀୟ କ୍ରିକେଟ ଓ ବିଶ୍ବ କ୍ରିକେଟରେ ଉନ୍ନତି ଆଣୁଥାଉ ।
ଲୋକପ୍ରିୟ କ୍ରିକେଟ ମହାକୁମ୍ଭ ଆଇପିଏଲର ନିଆରା ରେକର୍ଡ, ୧୮ ବର୍ଷରେ କଲା ପଦାର୍ପଣ
ବର୍ଷ ବର୍ଷ ଧରି, ଅନେକ ଭାରତୀୟ ଏବଂ ବିଦେଶୀ ଖେଳାଳି ଏହି ପ୍ରତିଯୋଗିତାରେ ନିଜର ଛାପ ଛାଡ଼ିଛନ୍ତି । ଆଇପିଏଲ ଯୋଗୁଁ ଖାଲି ଭାରତ ନୁହେଁ ବିଶ୍ବର ସବୁ କ୍ରିକେଟ ବୋର୍ଡ ଲାଭବାନ ହୋଇଛନ୍ତି । କାରଣ ଆଇପିଏଲରେ ଭଲ ପ୍ରଦର୍ଶନ କରିଲେ ସିଧାସଳଖ ଟିମରେ ସ୍ଥାନ ମିଳେ । ଏହି ପ୍ରତିଯୋଗିତା ଅନେକ ପ୍ରତିଭାବାନ ଖେଳାଳି ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିବା ଏବଂ ସେମାନଙ୍କ ଜାତୀୟ ଦଳରେ ସ୍ଥାନ ପାଇବାର ସୁଯୋଗ ଦେଇଛି ।
/kanak/media/media_files/2025/04/18/UHyWCq5gF9ijlTFEFzVW.jpg)