କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ଗୋପାଳପୁର ଅଞ୍ଚଳରେ କିଆଫୁଲ ହେଉଛି ମୁଖ୍ୟ ଚାଷ । ଆଉ ଏହି ଚାଷକୁ ନେଇ ଗଞ୍ଜାମ ଜିଲ୍ଲା ଚମଖଣ୍ଡି ଥାନା ଅଞ୍ଚଳର ସିନ୍ଦୂରପଲ୍ଲୀ ଓ ଯାଜ୍ଞଶାଳ ଗାଁ ମୁହାଁମୁହିଁ ହୋଇଛନ୍ତି । କିଆଫୁଲ ତୋଳିବା ଓ ରକ୍ଷଣାବେକ୍ଷଣକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ଠେଙ୍ଗାବାଡ଼ି ଧରି ଆକ୍ରମଣ କରିବା ଫଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଆକ୍ରମଣ ସମୟରେ ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି । ଆଉ ଏଥିରେ ୯ଜଣ ଆହତ ହୋଇଛନ୍ତି । ଏହାପରେ ଚମାଖଣ୍ଡି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଏହି ଘଟଣାରେ ସଂପୃକ୍ତ ୧୭ ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି ।
ଗଞ୍ଜାମ ଜିଲ୍ଲାରେ କିଆଫୁଲରେ ତିଆରି ଅତର ଦେଶ ଓ ବିଦେଶରେ ଖୁବ ଲୋକପ୍ରିୟ । କିଆଫୁଲକୁ ପ୍ରକ୍ରିୟାକରଣ କରି ଅତର ବାହାର କରାଯାଏ । ଗୋଟିଏ କିଆଫୁଲର ମୂଲ୍ୟ ୩୦ ଟଙ୍କା ରହିଛି । ଏଠାରୁ କିଆଫୁଲରୁ ଅତର ବାହାର କଲା ପରେ ବିଦେଶକୁ ରପ୍ତାନି କରାଯାଇଥାଏ । ଏହି ଅତରରେ ବିଭିନ୍ନ ସେଣ୍ଟ୍ ଓ ସୁଗନ୍ଧଯୁକ୍ତ ସାବୁନ ଭଳି ବିଭିନ୍ନ କସମେଟିକ୍ ପ୍ରସ୍ତୁତ କରାଯାଇଥାଏ । ଅତରର ମୂଲ୍ୟ ଲିଟର ପିଛା ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଅଧିକ ଦରରେ ବିକ୍ରି କରାଯାଇଥାଏ । ସୂଚନା ଅନୁସାରେ ବର୍ଷକୁ ଏହି ଅଞ୍ଚଳରେ କୋଟି କୋଟି ଟଙ୍କାର କିଆଫୁଲ ଅତର କାରବାର ହୋଇଥାଏ ।
ସୂଚନାଯୋଗ୍ୟ ଯେ, ଦେଶ ଓ ଦେଶ ବାହାରେ କିଆଫୁଲ ଅତରର ଚାହିଦା ବେଶି ରହିଛି । କିନ୍ତୁ କିଆଫୁଲ ଚାଷ ଉପରେ ନିଜର ପ୍ରତିପତ୍ତି ଜାହିର କରିବା ପାଇଁ ବିଭିନ୍ନ ସମୟରେ ଝଗଡ଼ା ଲାଗି ରହିବା ଫଳରେ ବଢୁଛି ଅଶାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/05/18/x4ClPI4Podvc1jik4zHS.jpg)