କନକ ବ୍ୟୁରୋ: ପାକିସ୍ତାନ ଉପରେ ଭାରତର ଆକ୍ରମଣ ପରେ ଆକ୍ତାମାକ୍ତା ପାକିସ୍ତାନ । ଭାରତର ପ୍ରଚଣ୍ଡ ଆକ୍ରମଣରୁ ବର୍ତ୍ତିପାରିଲାନି ଇସାଲାମାବାଦ, ଲାହୋର, ରାୱଲପିଣ୍ଡି, ପେଶାୱର ସମେତ ୧୦ରୁ ଅଧିକ ସହର । ଭାରତର ଉଗ୍ରରୂପ ଦେଖି ଏବେ ପାକ୍‌ ଆତଙ୍କିତ । ଅପରେସନ୍‌ ସିନ୍ଦୂର ପରେ ପାକିସ୍ତାନର ନିଦ ହଜିଛି । ଗୁରୁବାର ରାତିରେ ପାକିସ୍ତାନ ପଟୁ ଅନ୍ତର୍ଜାତୀୟ ସୀମା ନିକଟରେ ଜମ୍ମୁ କାଶ୍ମୀର, ରାଜସ୍ଥାନ ଏବଂ ପଞ୍ଜାବର ଏକାଧିକ ସ୍ଥାନକୁ ଟାର୍ଗେଟ୍‌ କରି ବହୁସଂଖ୍ୟାରେ ରକେଟ୍‌, ଡ୍ରୋନ୍‌ ଏବଂ ଗୋଳା ବର୍ଷା କରିଥିଲା ପାକିସ୍ତାନ । ତେବେ ଭାରତ ଏହି ସମସ୍ତ ଆକ୍ରମଣକୁ ପଣ୍ଡ କରିବା ସହ ପାକିସ୍ତାନରେ ପଶି ପ୍ରଚଣ୍ଡ ଆକ୍ରମଣ କରିବା ସହ ବଡ଼ ବଡ଼ ସହରରେ ଭୀଷଣ ଆକ୍ରମଣ କରିଛି । ଭାରତର ଆକ୍ରମଣରେ ଏବେ ପାକିସ୍ତାନରେ ହାହାକାର ସ୍ଥିତି । 

Advertisment

ବର୍ତ୍ତମାନ ପାକିସ୍ତାନର ସ୍ଥିତି ଏତେ ଖରାପ ଯେ ବିଶ୍ୱ ବ୍ୟାଙ୍କ ଓ ଅନ୍ତର୍ଜାତୀୟ ସହଯୋଗୀ ଦେଶଙ୍କ ପାଖରେ ହାତ ପତାଇଛି ପାକିସ୍ତାନ । ପାକିସ୍ତାନ ଆର୍ଥିକ ମନ୍ତ୍ରଣାଳୟ ସୋସିଆଲମିଡିଆ ଏକ୍ସରେ ଏକ ପୋଷ୍ଟ କରିଛି । ଏହି ପୋଷ୍ଟରେ ଲେଖାଅଛି କି, ପାକିସ୍ତାନ ଉପରେ ଭାରତର ଆକ୍ରମଣ ପାଇଁ ବିଶ୍ୱ ବ୍ୟାଙ୍କଠାରୁ ପାକିସ୍ତାନ ଆର୍ଥିକ ଋଣର ସହଯୋଗ ଚାହୁଛି । ପାକିସ୍ତାନର କହିବାନୁସାରେ ବଢୁଥିବା ଯୁଦ୍ଧ ଆଉ ନିମ୍ନଗାମୀ ଶେୟାର ବଜାର ଭିତରେ ଅନ୍ତର୍ଜାତୀୟ ସମୁଦାୟ ତାଙ୍କୁ ସହଯୋଗ କରନ୍ତୁ । 

ପାକିସ୍ତାନକୁ ଆର୍ଥିକ ସଙ୍କଟରୁ ବାହାର କରିବା ପାଇଁ ଆଜି ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷର ବୈଠକ ହେବ । ଭାରତ ଆଇଏମଏଫର ଅଂଶ ହେବା କାରଣରୁ ଏହି ବୈଠକରେ ସାମିଲ ହେବ । ଆଉ ପାକିସ୍ତାନର ଆତଙ୍କୀ ଚେହେରାକୁ ସର୍ବସମ୍ମୁଖରେ ଖୋଲିବ । ଚର୍ଚ୍ଚା ହେଉଛି କି ଚୀନ ଓ ଆମେରିକା ଯଦି ପାକିସ୍ତାନକୁ ସମର୍ଥନ କରନ୍ତି ତେବେ ପାକିସ୍ତାନକୁ ଫଣ୍ଡ ମିଳିପାରେ । ହେଲେ ଚୀନ ପାକିସ୍ତାନକୁ ସମର୍ଥନ କରୁନଥିବା କହିବା ପରେ କଣ ହେବ ତାହା କହିବା ମୁସକିଲ । ହେଲେ ପାକିସ୍ତାନକୁ ଫଣ୍ଡ ଦେବା ଅର୍ଥ ଆତଙ୍କବାଦକୁ ପ୍ରଶ୍ରୟ ଦେବା, ଯାହା ଦୁଇ ଦେଶ ବହୁତ ଭଲ ଭାବେ ଜାଣିଛନ୍ତି । 

ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ଗତ ୬ ତାରିଖ ରାତିରେ ଆରମ୍ଭ କରିଥିଲା ଅପରେସନ ସିନ୍ଦୂର । ଆଉ ଏହି ଅପରେସନ ଜରିଆରେ ଏୟାର ଷ୍ଟ୍ରାଇକ କରି  ଭାରତ ପାକିସ୍ତାନ ଓ ପିଓକରେ ଥିବା ବିଭିନ୍ନ ଆତଙ୍କୀ ଆଡ୍ଡାକୁ ଉଡ଼ାଇ ଦେଇଥିଲା । ଏଥିରେ ୧୦୦ ଆତଙ୍କୀ ପ୍ରାଣ ହରାଇଥିବା ଖବର ସାମ୍ନାକୁ ଆସିଥିଲା । ଏହାପରେ ପାକିସ୍ତାନ ଭାରତର କିଛି ସ୍ଥାନକୁ ଟାର୍ଗେଟ କରି ମିସାଇଲ ମାଡ କରିବାକୁ ଉଦ୍ୟମ କରିଥିଲା ଆଉ ବିଫଳ ହୋଇଥିଲା । ପାକିସ୍ତାନର ଏହି ସୈତାନୀ ଷଡଯନ୍ତ୍ରକୁ ବିଫଳ କରିଥିଲା ଭାରତର ଏୟାର ଡିଫେନ୍ସ ସିଷ୍ଟମ ଏସ-୪୦୦ । 

ଏହାପରେ ଭାରତ ଏହି ଆକ୍ରମଣର ପାଲଟା ଜବାବ ଦେବାକୁ ଯାଇ ପାକିସ୍ତାନର ବିଭିନ୍ନ ସ୍ଥାନରେ ଡ୍ରୋନ ଆଟାକ୍ କରିଥିଲା । ଯେଉଁଥିରେ କରାଚିରେ ଥିବା ତାଙ୍କର ଏୟାର ଡିଫେନ୍ସ ସିଷ୍ଟମ ଧ୍ୱଂସ ହୋଇଯାଇଥିଲା । ଏହାପରେ ରାତି ତମାମ ପାକିସ୍ତାନ ଯେତେ ଆକ୍ରମଣ କରିବାକୁ ପ୍ରୟାସ କରିଥିଲେ ବି ବିଫଳ ହୋଇଥିଲା । ହେଲେ ଭାରତ ପାକିସ୍ତାନ ଭିତରେ ପଶି ମୁହଁତୋଡ଼ ଜବାବ ଦେଇଥିଲା । ଆଉ ଏକାଧିକ ସହରକୁ ଧ୍ୱଂସ କରିଦେଇଥିଲା ।