କନକ ବ୍ୟୁରୋ :  ଦୂରଦୂରାନ୍ତରୁ ଆସୁଛନ୍ତି ରୋଗୀ । ହେଲେ ସଠିକ୍ ଭାବେ ପାଉନାହାନ୍ତି ଚିକିତ୍ସା । ଯାହାଫଳରେ ରୋଗୀ ନିରାଶ ହୋଇ ଫେରୁଛନ୍ତି । କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ଏବେ ଯେମିତି ପାଲଟିଛି ରେଫରାଲ ହସ୍ପିଟାଲ । ହସ୍ପିଟାଲ ଉପରେ ଅଭିଭକ୍ତ କୋରାପୁଟ ଜ଼ିଲ୍ଲା ସମେତ ପଡୋଶୀ  ଛତିଶଗଡ ରାଜ୍ୟର ରୋଗୀ ନିର୍ଭର କରୁଛନ୍ତି । ପ୍ରତିଦିନ ଶହ ଶହ ରୋଗୀ ଚିକିତ୍ସା ପାଇଁ ଏଠାକୁ ଆସୁଛନ୍ତି । ହେଲେ ଉତ୍ତମ ଚିକିତ୍ସା ବଦଳରେ ରୋଗୀ ମାନଙ୍କୁ ବିଶାଖାପାଟଣା କିମ୍ବା ବ୍ରହ୍ମପୁରକୁ ପଠାଇ ଦିଆଯାଉଛି । ଯାହାଫଳରେ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ବଢିଚାଲିଛି । 

Advertisment

କୋରାପୁଟ ଜ଼ିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ବିପର୍ୟ୍ୟସ୍ତ ହୋଇପଡିଛି । ଯାହାକୁ ନେଇ ଜ଼ିଲ୍ଲା ପରିଷଦ ବୈଠକରେ କୋରାପୁଟ ସାଂସଦଙ୍କଠାରୁ ନେଇ ବିଧାୟକ ପର୍ୟ୍ୟନ୍ତ ସମସ୍ତେ ଅସନ୍ତୋଷ ପ୍ରକାଶ କରିଥିଲେ । ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର ଅଧକ୍ଷ୍ୟ ମନମୁଖୀ କାମ କରୁଛନ୍ତି । ରୋଗୀମାନେ ଦୂରକୁ ଚିକିତ୍ସା ପାଇଁ ଯାଉଥିବା ବେଳେ ଡାକ୍ତର ମାନେ ବାହାରେ ରୋଗୀ ଦେଖୁଛନ୍ତି । ହେଲେ ମେଡିକାଲକୁ ଆସୁନାହାନ୍ତି । ଯାହାର ଫାଇଦା ଉଠାଉଛନ୍ତି ଦଲାଲମାନେ । ତେବେ ଖୁବଶୀଘ୍ର  ରୋଗୀଙ୍କୁ କିପରି ଉତ୍ତମ ଚିକିତ୍ସା ଯୋଗାଇ ଦିଆଯିବ ସେଥିପ୍ରତି ଗୁରୁତ୍ବ ଦିଆଯିବ ବୋଲି ମିଳିଛି ପ୍ରତିଶ୍ରୁତି । 

ଦୂରରୁ ଆସୁଥିବା ରୋଗୀ ମାନଙ୍କୁ ସଠିକ୍ ଚିକିତ୍ସା ପାଇଁ ସମସ୍ତ ସୁବିଧା କରାଯାଇପାରିଲେ ବହୁ ରୋଗୀ ଉପକୃତ ହୋଇପାରିବେ ।