ସ୍ୱାସ୍ଥ୍ୟକେନ୍ଦ୍ରର ହାଲ ବେହାଲ: ଚାରିଆଡ଼େ ପଡ଼ିଛି କୁଢ଼କୁଢ଼ ଅଳିଆ, ରୋଗୀଙ୍କ କାମରେ ଆସୁନି ୧୪ ଲକ୍ଷର କ୍ୟାବିନ୍

Advertisment

କାମାକ୍ଷାନଗର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ ଖରାପ। ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି ଡାକ୍ତରଖାନା କ୍ୟାବିନ। ଚାରିଆଡ଼େ କୁଢ଼କୁଢ଼ ଅଳିଆ। ୨୦୦୬ରେ ଦ୍ୱାଦଶ ଅର୍ଥ କମିଶନ ଜରିଆରେ ୧୪ ଲକ୍ଷରେ ୬ଟି କ୍ୟାବିନ ନିର୍ମାଣ ହୋଇଛି।

କାମାକ୍ଷାନଗର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ ଖରାପ। ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି ଡାକ୍ତରଖାନା କ୍ୟାବିନ। ଚାରିଆଡ଼େ କୁଢ଼କୁଢ଼ ଅଳିଆ। ୨୦୦୬ରେ ଦ୍ୱାଦଶ ଅର୍ଥ କମିଶନ ଜରିଆରେ ୧୪ ଲକ୍ଷରେ ୬ଟି କ୍ୟାବିନ ନିର୍ମାଣ ହୋଇଛି।

dc

କନକ ବ୍ୟୁରୋ: କାମାକ୍ଷାନଗର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ ଖରାପ। ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି ଡାକ୍ତରଖାନା କ୍ୟାବିନ। ଚାରିଆଡ଼େ କୁଢ଼କୁଢ଼ ଅଳିଆ। ୨୦୦୬ରେ ଦ୍ୱାଦଶ ଅର୍ଥ କମିଶନ ଜରିଆରେ ୧୪ ଲକ୍ଷରେ ୬ଟି କ୍ୟାବିନ ନିର୍ମାଣ ହୋଇଛି। ଏବେ କ୍ୟାବିନ ଗୁଡ଼ିକରେ ତାଲା ପଡ଼ିଛି । ପାରିପାର୍ଶ୍ବିକ ସ୍ଥିତି କହିଲେ ନସରେ। ଘର ଚାରିପଟେ ଅସ୍ୱାସ୍ଥ୍ୟକର ପରିବେଶ। ଏସି ଓ ଅନ୍ୟାନ୍ୟ ସୁବିଧା ସବୁ ଜରାଜୀର୍ଣ୍ଣ ।

ଡାକ୍ତରଖାନା ଅଳିଆ ଗଦା ପାଲଟିଛି। ପ୍ଲାଷ୍ଟିକ୍ ଏବଂ ଅନାବନା ସାମଗ୍ରୀ ପଡ଼ି ରହିଛି। ସେଗୁଡିକ ଗାଈଗୋରୁ ଖାଉଥିବା ଦେଖିବାକୁ ମିଳିଛି। ରୋଗୀ ଓ ରୋଗୀ ସଂପର୍କୀୟଙ୍କ ପାଇଁ ତିଆରି ହୋଇଥିବା କ୍ୟାବିନ୍ କାମରେ ଆସୁନାହିଁ। ସରକାରୀ ଅର୍ଥ ଅଯଥାରେ ନଷ୍ଟ ହେଉଥିବା ଅଭିଯୋଗ ହୋଇଛି। ସେପଟେ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରି ଏହାକୁ ପୁନଃକାର୍ୟ୍ୟକ୍ଷମ କରାଯିବ ବୋଲି କାମାକ୍ଷାନଗର ଉପଜିଲ୍ଲାପାଳ କହିଛନ୍ତି ।

ତୁରନ୍ତ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ କାମାକ୍ଷାନଗର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥାରେ ସୁଧାର ଆଣିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଜନତା।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe