ଟୁଇନ ସିଟିରେ ପାର୍ବଣ ପଲିଟିକ୍ସ: ପୂଜା ପେଣ୍ଡାଲ ବୁଲିବେ ମୋହନ-ନବୀନ-ଧର୍ମେନ୍ଦ୍ର

Advertisment

ମା’ଙ୍କ ଆଗମନ ପାଇଁ ସଜେଇ ହେଉଛି ଗାଁଠୁ ସହର। ପୂଜା ପେଣ୍ଡାଲ ଗୁଡିକରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି। ତେବେ ଏଥର ପୂଜାରେ ଦେଖିବାକୁ ମିଳିବ ପାର୍ବଣ ପଲିଟିକ୍ସ।

ମା’ଙ୍କ ଆଗମନ ପାଇଁ ସଜେଇ ହେଉଛି ଗାଁଠୁ ସହର। ପୂଜା ପେଣ୍ଡାଲ ଗୁଡିକରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି। ତେବେ ଏଥର ପୂଜାରେ ଦେଖିବାକୁ ମିଳିବ ପାର୍ବଣ ପଲିଟିକ୍ସ।

WEDW

କନକ ବ୍ୟୁରୋ: ମା’ଙ୍କ ଆଗମନ ପାଇଁ ସଜେଇ ହେଉଛି ଗାଁଠୁ ସହର। ପୂଜା ପେଣ୍ଡାଲ ଗୁଡିକରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି। ତେବେ ଏଥର ପୂଜାରେ ଦେଖିବାକୁ ମିଳିବ ପାର୍ବଣ ପଲିଟିକ୍ସ। ପୂଜା ପେଣ୍ଡାଲରେ ମାଳ ମାଳ ନେତାଙ୍କୁ ଦେଖିବାକୁ ମିଳିବ। 

ବଦଳୁଛି ରାଜନୈତିକ ଦୃଶ୍ୟପଟ୍ଟ । ପାର୍ବଣରେ ମହାଲଢେଇ ପାଇଁ ବିଜେପି- ବିଜେଡିର ପ୍ରସ୍ତୁତି । ଏଥର ମଣ୍ଡପ ଜଗିବେ ନେତା । ଆଉ ଲୋକଙ୍କ ବିଶ୍ବାସ ଭାଜନ ହେବାକୁ ପ୍ରସ୍ତୁତ କରିଛନ୍ତି ନୂଆ ରଣନୀତି । ନୂଆ ସରକାରର ରଣନିତୀକୁ ଚେକ ଦେବାକୁ ବିରୋଧୀ ମଧ୍ୟ ପ୍ରସ୍ତୁତ । ରଣନୀତି ଅନୁସାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଟୁଇନ ସିଟି ରେ, ମନ୍ତ୍ରୀ ଓ ବିଜେପି ବିଧାୟକମାନେ ନିଜ ନିଜ ଅଂଚଳରେ ବୁଲିବାକୁ ଯୋଜନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜ୍ୟର ବିଭିନ୍ନ ପୂଜା ପେଣ୍ଡାଲ ବୁଲିବାର କାର୍ୟ୍ୟକ୍ରମ ରହିଛି। ଅନ୍ୟପଟେ କ୍ଷମତାରୁ ଯିବାପରେ ବି ବିଜେପିକୁ ଚେକ୍ ଦେବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ଟୁଇନ ସିଟିର ବିଭିନ୍ନ ମଣ୍ଡପ ବୁଲିବାକୁ ଯୋଜନା କରିଛନ୍ତି। । ଗଣେଷ ପୂଜାରେ ନବୀନ ମଣ୍ଡପ ବୁଲି ଶାସକ ଦଳକୁ ଚେକ୍ ଦେଇଥିଲେ । ଏହାରି ଭିତରେ ଶୁକ୍ରବାର ଏ ନେଇ ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତା ନବୀନଙ୍କୁ ଭେଟି ଆମନ୍ତ୍ରଣ କରିଛନ୍ତି । 

ନିର୍ବାଚନ ପରେ ବଦଳିଛି ରାଜ୍ୟ ରାଜନୀତିର ସମୀକରଣ । ବିଜେପି-ବିଜେଡି ବଳ କଷା କଷି ଜୋରଦାର ହୋଇଛି। ଏହି କ୍ରମରେ ପୂଜା ମାହୋଲରେ ଲୋକଙ୍କ ନିକଟତର ହେବାକୁ ଦୁଇ ଦଳ ରଣନୀତି କରିଛନ୍ତି। 

ପ୍ରାୟତଃ ନିର୍ବାଚନ ବର୍ଷରେ ନେତା ପୂଜା ପେଣ୍ଡାଲ ବୁଲିଥାନ୍ତି । ହେଲେ ଏଥର ନା ଅଛି ନିର୍ବାଚନ, ଏଥର କେବଳ ଅଛି ତ ପତିଆରାର ଲଢେଇ । ତେବେ ନେତାଙ୍କ ପୂଜା ପେଣ୍ଡାଲ ବୁଲା ଚଳିତ ବର୍ଷର ପାର୍ବଣ ବଜାରକୁ ସରଗରମ କରିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe