Team india Photograph: (Kanak news)
କନକ ବ୍ୟୁରୋ: ସୁପର-୮ର ପ୍ରଥମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାଠାରୁ ହାରିବା ପରେ ଭାରତୀୟ ଦଳ ପାଇଁ ଆଗକୁ ସେମିଫାଇନାଲ୍ ରାସ୍ତା ବେଶ କଷ୍ଟକର ହୋଇପଡ଼ିଛି। ଆଗକୁ ଭାରତ ପାଇଁ ‘କର ବା ମର’ସ୍ଥିତି ଥିବାବେଳେ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍ଗ୍ କେତେକ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ବିପକ୍ଷ ଦଳର ଖେଳାଳିଙ୍କୁ ଦେଖି ନିଜର ଦଳର ଖେଳାଳିଙ୍କୁ ଚୟନ କରିବା ଅପେକ୍ଷା ସର୍ବଶ୍ରେଷ୍ଠ ଏକାଦଶ ଚୟନ କରିବା ଉଚିତ୍।
ଆହୁରି ପଢ଼ନ୍ତୁ... ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଶତକ ଅର୍ଜନ କରିବାରେ ପ୍ରଥମ ଅଧିନାୟକ ହେଲେ ବ୍ରୁକ୍
ସେ କହିଛନ୍ତି, ଦକ୍ଷିଣ ଆଫ୍ରିକା ଦଳରେ ବାମହାତୀ ବ୍ୟାଟର୍ ଥିବାରୁ ଅକ୍ଷର ପଟେଲଙ୍କୁ ଖେଳାଯାଇନଥିବା ଯୁକ୍ତି କରାଯାଇଥିଲା। କିନ୍ତୁ ସେହି ଦଳରେ ବି ଡାହାଣହାତୀ ବ୍ୟାଟର୍ ଥିଲେ। କେବଳ ତାଙ୍କୁ ଠିକ୍ ସମୟରେ ବୋଲିଂ କରାଇବାର ଥିଲା। ଚେନ୍ନାଇ ପିଚ୍କୁ ଦେଖି ଭାରତ ସର୍ବଶ୍ରେଷ୍ଠ ଏକାଦଶ ଚୟନ କରିବା ଉଚିତ୍। ଯଦି ଅକ୍ଷର ପଟେଲ ଆସୁଛନ୍ତି, ଭଲ କଥା। କୁଳଦୀପଙ୍କୁ ବି ସାମିଲ କରାଯିବା ଉଚିତ୍। କାରଣ ସେମାନେ ଉଭୟ ବାମହାତୀ ଓ ଡାହାଣହାତୀ ବ୍ୟାଟର୍ଙ୍କୁ ଭଲ ବଲ୍ ପକାଇପାରିବେ।
ଅନ୍ୟପକ୍ଷରେ ଭାରତୀୟ ଦଳର ପୂର୍ବତନ ପ୍ରଶିକ୍ଷକ ରବି ଶାସ୍ତ୍ରୀ ମଧ୍ୟ ଅକ୍ଷରଙ୍କୁ ଖେଳାଯିବା ସପକ୍ଷରେ ମତ ଦେଇଛନ୍ତି। ସେ କହିଛନ୍ତି ଯେ ଦଳରେ ଉଭୟ ଅକ୍ଷର ଓ ଓ୍ବାସିଂଟନଙ୍କୁ ସାମିଲ କରାଗଲେ ଭାରତ ପାଖରେ ଅତିରିକ୍ତ ବୋଲିଂ ବିକଳ୍ପ ରହିବ। ଏହା ସହିତ ବ୍ୟାଟିଂରେ ବି ଅକ୍ଷର ଭଲ ଯୋଗଦାନ ଦେଇପାରିବେ।
Follow Us