କନକ ବ୍ୟୁରୋ : ନିୟମ କରି ବସିପଡ଼ିଲେ। ଏବେ ଦେଖିବାକୁ କେହି ନାହାନ୍ତି। ନା ହେଉଛି ଚଢ଼ାଉ, ନା କଟାଯାଉଛି ଫାଇନ୍। ଫଳରେ ଏବେ ଖୋଲା ବଜାରରେ ମିଳୁଛି ପୁଳା ପୁଳା ପଲିଥିନ୍ । ସ୍ଥିତି ଏପରି ହେଲାଣି ସହରରେ ପ୍ରତିଦିନ ବାହାରୁଥିବା ଆବର୍ଜନାର ୬୦ ପ୍ରତିଶତ ପଲିଥିନ୍ ରହିଛି।
ଖାଇବା ସାମଗ୍ରୀ ହେଉ ବା ଫଳମୂଳ ସବୁକିଛି ଦିଆଯାଉଛି ପଲିଥିନରେ। ଖୁଲମଖୁଲା ଚାଲିଛି ପଲିଥିନରେ କାରବାର। ଆଉ ତା ପରର ସ୍ଥିତି ଆପଣଙ୍କ ଆଖି ସାମ୍ନାରେ। ଡ୍ରେନ୍ରେ କୁଢ଼କୁଢ଼ ଅଳିଆ ଆବର୍ଜନା ଭିତରେ ଅଧିକାଂଶ ରହିଛି ପଲିଥିନ୍। ଫଳରେ ଅନେକ ସମୟରେ ଜାମ୍ ହେଉଛି ଡ୍ରେନ୍। ସମସ୍ୟା ଭୋଗୁଛନ୍ତି ସହରବାସୀ। ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର ବଢ଼ିବା ଯୋଗୁଁ ଏଭଳି ସ୍ଥିତି ଉପୁଜୁଥିବା ବେଳେ ପ୍ରଶାସନ କେବଳ ନିୟମ କରି ଚୁପ୍ ବସିଥିବା ଅଭିଯୋଗ ହୋଇଛି।
ଅଧିକ ପଢନ୍ତୁ:ଆଉ ବ୍ୟବହାର କରିବାନି ପ୍ଲାଷ୍ଟିକ୍ ପଲିଥିନ୍, ଝୋଟରେ ତିଆରି ହେବ ପାତ୍ର ଆଉ ପ୍ଲେଟ୍
କଟକ ସହରରେ ୨୦୨୨ ଜୁଲାଇରୁ ସିଙ୍ଗଲ ୟୁଜ୍ ପଲିଥିନ୍ ଓ ପ୍ଲାଷ୍ଟିକ୍ ବ୍ୟବହାର ଉପରେ ଲାଗିଥିଲା କଟକଣା। ଯେଉଁ ବ୍ୟବସାୟ ପ୍ରତିଷ୍ଠାନରୁ ପଲିଥିନ୍ ଜବତ ହେବ ତାଙ୍କଠାରୁ ୨ରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦୟ କରାଯିବ ବୋଲି ପୌର ନିଗମ ପକ୍ଷରୁ କୁହାଯାଇଥିଲା। ମାତ୍ର ୩ ବର୍ଷରୁ ଅଧିକ ସମୟ ହେବ ଚଢ଼ାଉ ବନ୍ଦ ରହିଛି। ଏହାର ସୁଯୋଗ ନେଇ ସହରର ପ୍ରତ୍ୟେକ ଗଳିକନ୍ଦିରେ ଥିବା ଛୋଟ ଦୋକାନରୁ ନେଇ ବଡ ମଲ୍ରେ ଏବେ ପଲିଥିନ୍ ହାଉଯାଉ। ପ୍ରତ୍ୟେକ ଦିନ ୫୯ଟି ୱାର୍ଡରୁ ବାହାରୁଥିବା ଆବର୍ଜନାର ୬୦ ପ୍ରତିଶତ ପଲିଥିନ ରହିଛି। ଯାହାକୁ ନେଇ ପରିବେଶ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/04/a2-2026-03-04-19-01-57.jpg)