କୋଲକତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ; ଅଭିଯୁକ୍ତ ସଞ୍ଜୟ , ସନ୍ଦୀପ ଘୋଷଙ୍କ ସମେତ ୭ଜଣଙ୍କ ପଲିଗ୍ରାଫ ଟେଷ୍ଟ ଆରମ୍ଭ

କୋଲକାତା ଟ୍ରେନି ଡାକ୍ତର ହତ୍ୟା ଓ ଦୁଷ୍କର୍ମ ମାମଲାରେ ଆଜି ହେଉଛି ପଲିଗ୍ରାଫ ଟେଷ୍ଟ। ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ, କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ସମେତ ୭ଜଣଙ୍କ ପଲିଗ୍ରାଫ ଟେଷ୍ଟ ଆରମ୍ଭ ହୋଇଛି।

test

କନକ ବ୍ୟୁରୋ: କୋଲକାତା ଟ୍ରେନି ଡାକ୍ତର ହତ୍ୟା ଓ ଦୁଷ୍କର୍ମ ମାମଲାରେ ଆଜି ହେଉଛି ପଲିଗ୍ରାଫ ଟେଷ୍ଟ। ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ, କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ସମେତ ୭ଜଣଙ୍କ ପଲିଗ୍ରାଫ ଟେଷ୍ଟ ଆରମ୍ଭ ହୋଇଛି।  

ଘଟଣା ରାତିରେ ଡ୍ୟୁଟିରେ ଥିବା ୪ଜଣ ଡାକ୍ତର ଓ ଜଣେ ସ୍ବେଚ୍ଛାସେବୀଙ୍କ ପଲିଗ୍ରାଫ ଟେଷ୍ଟ ହେଉଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପଲିଗ୍ରାଫ ଟେଷ୍ଟ କରାଯାଉଛି।  ସେଣ୍ଟ୍ରାଲ ଫରେନସିକ ସାଇନ୍ସ ଲାବୋରାଟୋରୀରୁ ବିଶେଷଜ୍ଞଙ୍କ ଟିମ୍ କୋଲକାତା ଆସିଛି। ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଲୁଚାଇବା ପାଇଁ ଉଦ୍ୟମ କରାଯାଇଥିବା ନେଇ ସୁପ୍ରିମକୋର୍ଟରେ ତଥ୍ୟ ଦେଇଥିଲା ସିବିଆଇ। ଏହାପରେ ଏମାନଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ ଅନୁମତି ମିଳିଥିଲା। ଅଗଷ୍ଟ ୯ତାରିଖ ସକାଳୁ ଆରଜି କର ହସ୍ପିଟାଲରୁ ଟ୍ରେନି ଡାକ୍ତରଙ୍କ ମୃତଦେହ ମିଳିଥିଲା। ଏହାପରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସଞ୍ଜୟ ରାୟକୁ ଗିରଫ କରାଯାଇଥିଲା। ଘଟଣାରେ ପ୍ରଥମେ କୋଲକାତା ପୋଲିସ ତଦନ୍ତ କରୁଥିଲା ପରେ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଅଗଷ୍ଟ ୧୪ତାରିଖରୁ ସିବିଆଇ ଏହି ମାମଲାରେ ତଦନ୍ତ କରୁଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe