କନକ ବ୍ୟୁରୋ : ଭରତପୁର ଥାନାରେ ଆର୍ମି ଓ ପୋଲିସ ବିବାଦ ଘଟଣାରେ ବଡ଼ ଅପଡେଟ । ନୀଲମ୍ବିତ ଥାନାଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ପରେ ଅନ୍ୟ ୪ ନିଲମ୍ବିତ ପୋଲିସ କର୍ମଚାରୀଙ୍କର ମଧ୍ୟ ହେବ ପଲିଗ୍ରାଫ ଟେଷ୍ଟ । ପଲିଗ୍ରାଫ ସହ ଆବଶ୍ୟକ ପଡ଼ିଲେ ହୋଇପାରେ ଲାଏ ଡିଟେକ୍ସନ ଓ ବ୍ରେନ ମ୍ୟାପିଂ ଟେଷ୍ଟ । ଏ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି ।

Advertisment

ନିଲମ୍ବିତ ପୋଲିସ କର୍ମଚାରୀଙ୍କ ସହମତି ମଗାଯାଇଛି । ଖୁବଶୀଘ୍ର ଏ ନେଇ ଆସିବ କୋର୍ଟଙ୍କ ନିଷ୍ପତ୍ତି । ୪ ନିଲମ୍ବିତ ପୋଲିସ କର୍ମଚାରୀ ହେଉଛନ୍ତି ଝଓ ବୈଶାଳିନୀ ପଣ୍ଡା, ଇଝଓ ଶୈଳମୟୀ ସାହୁ, ଇଝଓ ସାଗରିକା ରଥ ଓ କନଷ୍ଟେବଳ ବଳରାମ ହାଁସଦା ।