ସମଲେଇ ମନ୍ଦିରରେ ପଲିଥିନ୍‌ ବ୍ୟାନ୍‌, ମାଦକ ଦ୍ରବ୍ୟ ଉପରେ ଲାଗିଥିଲା କଟକଣା

Advertisment

ସମଲେଇ ମନ୍ଦିରରେ ପଲିଥିନ୍‌ ବ୍ୟାନ୍‌ । ପ୍ରଦୂଷଣ ରୋକିବା ପାଇଁ ଟ୍ରଷ୍ଟର ନୂଆ ନିର୍ଦ୍ଦେଶନାମା । ପୂର୍ବରୁ ଗୁଟଖା, ମାଦକ ଦ୍ରବ୍ୟ ଉପରେ ଲାଗିଥିଲା କଟକଣା ।

ସମଲେଇ ମନ୍ଦିରରେ ପଲିଥିନ୍‌ ବ୍ୟାନ୍‌ । ପ୍ରଦୂଷଣ ରୋକିବା ପାଇଁ ଟ୍ରଷ୍ଟର ନୂଆ ନିର୍ଦ୍ଦେଶନାମା । ପୂର୍ବରୁ ଗୁଟଖା, ମାଦକ ଦ୍ରବ୍ୟ ଉପରେ ଲାଗିଥିଲା କଟକଣା ।

27-polythine

କନକ ବ୍ୟୁରୋ: ସମଲେଇ ମନ୍ଦିରରେ ପଲିଥିନ ବନ୍ଦ । ପଲିଥିନ୍‌ ନେଇ ଶ୍ରଦ୍ଧାଳୁ କିମ୍ବା କୌଣସି ବ୍ୟକ୍ତି ମନ୍ଦିରକୁ ଯାଇ ପାରିବେନି ବୋଲି କହିଛି ମନ୍ଦିର ପ୍ରଶାସନ । ମନ୍ଦିରରେ ପ୍ରଦୂଷଣ ରୋକିବା ପାଇଁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ଭୋଗ ବିକ୍ରି କରୁଥିବା ଦୋକାନୀ ମଧ୍ୟ ଯେମିତି ଶ୍ରଦ୍ଧାଳୁଙ୍କୁ ପଲିଥିନ୍‌ ନଦେବେ ସେନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସଚେତନ କରାଯାଇଛି । ଏନେଇ ସିକ୍ୟୁରିଟି ଗାର୍ଡ ମଧ୍ୟ ପଲିଥିନ୍‌ ନେଇ ଆସୁଥିବା ଶ୍ରଦ୍ଧାଳୁଙ୍କୁ ବାରଣ କରିବେ । ପୂର୍ବରୁ ଗୁଟଖା ଓ ମାଦକ ଦ୍ରବ୍ୟ ଉପରେ କଟକଣା ଲଗାଇଥିଲା ମନ୍ଦିର ଟ୍ରଷ୍ଟ । 

ସେପଟେ ଦିନକୁ ଦିନ ବଢ଼ୁଛି ଖରାରର ଦାଉ । ତାତିରେ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ । କିନ୍ତୁ ସହରରେ ଖୋଲିପାରିନି ଜଳଛତ୍ର । ଏନେଇ ସମ୍ବଲପୁରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ସମ୍ବଲପୁରରେ ଉପରମୁହାଁ ପାରଦ । ଗରମରେ କଲବଲ ଲୋକ।  ମାର୍ଚ୍ଚ ମାସରୁ ସମ୍ବଲପୁରରେ ପାରଦ ୪୦ ଡିଗ୍ରୀ ଉପରେ ରହୁଛି । ସମ୍ବଲପୁର ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ହୋଇଥିବାରୁ, ପ୍ରତ୍ୟେକ ଦିନ  ବିଭିନ୍ନ ଜିଲ୍ଲାରୁ ଲୋକମାନେ ଏଠାକୁ ମାଆ ସମଲେଇଙ୍କୁ ଦର୍ଶନ କରିବା ସହ ଅନ୍ୟାନ କାମପାଇଁ ଆସିଥାଆନ୍ତି । 

ସେହିପରି ବୁର୍ଲା ମେଡିକାଲକୁ ମଧ୍ୟ ବିଭିନ୍ନ ସ୍ଥାନରୁ ଲୋକମାନେ ଆସିଥାନ୍ତି । ହେଲେ ପ୍ରଚଣ୍ଡ ଖରାରେ ସହରରେ ଜଳଛତ୍ରଟିଏ ଖୋଲି ପାରିନାହିଁ । ଫଳରେ ସାଧାରଣ ଲୋକେ ପାଣି ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସମ୍ବଲପୁରବାସୀ । ଚଳିତବର୍ଷ ଖରାର ପ୍ରକୋପ ଆଗୁଆ ଦେଖିବାକୁ ମିଳିଛି। ଫେବ୍ରୁଆରୀ ମାସରୁ ପ୍ରଚଣ୍ଡ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି । ଏପରି ପରିସ୍ଥିତିରେ ତୁରନ୍ତ ଜଳଛତ୍ର ଖୋଲିବାର ଆବଶ୍ୟକତା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe