ବାବା ସିଦ୍ଦିକିଙ୍କୁ ହତ୍ୟା ଘଟଣା ; ପୋଲିସ ଉପରକୁ ଲଙ୍କାଗୁଣ୍ଡ ଫିଙ୍ଗି ଫେରାର ହୋଇଗଲା ଅଭିଯୁକ୍ତ

ବାବା ସିଦ୍ଦକିଙ୍କ ହତ୍ୟା ମାମଲାରେ ଚାଲିଛି ଜୋରଦାର ଛାନଭିନ । ସନ୍ଦିଗ୍ଧଠୁ ନେଇ ସୋସିଆଲ ମିଡିଆ ପୋଷ୍ଟରେ ଖୋଲତାଡ ଜାରି । ପୁଲିସ ଉପରକୁ ଲଙ୍କାଗୁଣ୍ଡ ଫିଙ୍ଗି ଫେରାର ହୋଇଥିଲା ଜଣେ ଅପରାଧୀ ।

42mirchi

କନକ ବ୍ୟୁରୋ: ବାବା ସିଦ୍ଦକିଙ୍କୁ ହତ୍ୟା ଘଟଣାକୁ ନେଇ ଚହଳ ପଡିଛି । ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରି ଜେରା କରୁଛି ପୁଲିସ ।ସି ଦ୍ଦକି ଓ ତାଙ୍କ ପୁଅକୁ ହତ୍ୟା କରିବା ପାଇଁ ଯେଉଁ ୩ଜଣ ଅଭିଯୁକ୍ତ ଆସିଥିଲେ । ତେବେ ଗିରଫ ଦୁଇ ଅଭିଯୁକ୍ତଙ୍କଠ ସତ ଉଗାଳିବାକୁ କଳେବଳେ ଚେଷ୍ଟା କରୁଛି ପୁଲିସ । ତେବେ ସେମାନଙ୍କଠୁ ମିଳିଛି ଚାଂଚଲ୍ୟକର ତଥ୍ୟ । 

ସୂଚନା ଅନୁସାରେ ଗୁରୁମେଲ ବଲଜିତ ସି,ଧର୍ମରାଜ କଶ୍ୟକ ଓ ଶିବକୁମାର ଗୌତମ ହତ୍ୟା ପାଇଁ ସୁପାରୀ ନେଇଥିଲେ । ତେବେ ହତ୍ୟା କରିବା ପାଇଁ ଏମାନେ ଏକ ବିଦ୍ଧିବଦ୍ଧ ଯୋଜନା କରିଥିଲେ । ୩ଜଣ ଅଭିଯୁକ୍ତ ସାଥୀରେ ଲଙ୍କାଗୁଣ୍ଡ ଓ ସ୍ପ୍ରେ ନେଇ ଆସିଥିଲେ । ଏପରିକି ପୁଲିସ କନେଷ୍ଟବଳଙ୍କ ଆଖିରେ ଅଭିଯୁକ୍ତ ଶିବକୁମାର ଲଙ୍କାଗୁଣ୍ଡ ମଧ୍ୟ ଫିଙ୍ଗି ଫେରାର ହୋଇଥବା ବେଳେ । ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲା  ପୁଲିସ । ଉଭୟଙ୍କ ନିକଟରୁ ଦୁଇଟି ପିସ୍ତଲ ଓ ୨୫ ଜୀବନ୍ତ ଗୁଳି ଜବତ କରିଛି ପୁଲିସ । ଏଥିସହ ଜଣାପଡିଛି କି ବାବା ସିଦ୍ଦକିଙ୍କ ସୁରକ୍ଷାର ମଧ୍ୟ ତ୍ରୁଟି ରହିଥିଲା । ତାଙ୍କ ହାଇପ୍ରୋଫାଇଲ ସୁରକ୍ଷା ବଦଳରେ କେବଳ ୩ଟି କନେଷ୍ଟବଳ ନିୟୋଜିତ ଥିଲେ । ତେବେ ସମ୍ପୂର୍ଣ୍ଣ ଘଟଣାର ମାଷ୍ଟର ମାଇଣ୍ଡ ଅଭିଯୁକ୍ତ ଶିବକୁମାର ବୋଲି ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe