କନକ ବ୍ୟୁରୋ: ବାବା ସିଦ୍ଦକିଙ୍କୁ ହତ୍ୟା ଘଟଣାକୁ ନେଇ ଚହଳ ପଡିଛି । ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରି ଜେରା କରୁଛି ପୁଲିସ ।ସି ଦ୍ଦକି ଓ ତାଙ୍କ ପୁଅକୁ ହତ୍ୟା କରିବା ପାଇଁ ଯେଉଁ ୩ଜଣ ଅଭିଯୁକ୍ତ ଆସିଥିଲେ । ତେବେ ଗିରଫ ଦୁଇ ଅଭିଯୁକ୍ତଙ୍କଠ ସତ ଉଗାଳିବାକୁ କଳେବଳେ ଚେଷ୍ଟା କରୁଛି ପୁଲିସ । ତେବେ ସେମାନଙ୍କଠୁ ମିଳିଛି ଚାଂଚଲ୍ୟକର ତଥ୍ୟ ।
ସୂଚନା ଅନୁସାରେ ଗୁରୁମେଲ ବଲଜିତ ସି,ଧର୍ମରାଜ କଶ୍ୟକ ଓ ଶିବକୁମାର ଗୌତମ ହତ୍ୟା ପାଇଁ ସୁପାରୀ ନେଇଥିଲେ । ତେବେ ହତ୍ୟା କରିବା ପାଇଁ ଏମାନେ ଏକ ବିଦ୍ଧିବଦ୍ଧ ଯୋଜନା କରିଥିଲେ । ୩ଜଣ ଅଭିଯୁକ୍ତ ସାଥୀରେ ଲଙ୍କାଗୁଣ୍ଡ ଓ ସ୍ପ୍ରେ ନେଇ ଆସିଥିଲେ । ଏପରିକି ପୁଲିସ କନେଷ୍ଟବଳଙ୍କ ଆଖିରେ ଅଭିଯୁକ୍ତ ଶିବକୁମାର ଲଙ୍କାଗୁଣ୍ଡ ମଧ୍ୟ ଫିଙ୍ଗି ଫେରାର ହୋଇଥବା ବେଳେ । ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲା ପୁଲିସ । ଉଭୟଙ୍କ ନିକଟରୁ ଦୁଇଟି ପିସ୍ତଲ ଓ ୨୫ ଜୀବନ୍ତ ଗୁଳି ଜବତ କରିଛି ପୁଲିସ । ଏଥିସହ ଜଣାପଡିଛି କି ବାବା ସିଦ୍ଦକିଙ୍କ ସୁରକ୍ଷାର ମଧ୍ୟ ତ୍ରୁଟି ରହିଥିଲା । ତାଙ୍କ ହାଇପ୍ରୋଫାଇଲ ସୁରକ୍ଷା ବଦଳରେ କେବଳ ୩ଟି କନେଷ୍ଟବଳ ନିୟୋଜିତ ଥିଲେ । ତେବେ ସମ୍ପୂର୍ଣ୍ଣ ଘଟଣାର ମାଷ୍ଟର ମାଇଣ୍ଡ ଅଭିଯୁକ୍ତ ଶିବକୁମାର ବୋଲି ଜଣାପଡିଛି ।