Photograph: (KANAKNEWS)
କନକବ୍ୟୁରୋ : ଦିଲ୍ଲୀରେ ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନ ଦୂରତା ହ୍ରାସ ଫଳରେ ଆଜି ୧୦ଟି ବିମାନ ବାତିଲ କରାଯାଇଥିବା ବେଳେ ୧୫୦ରୁ ଅଧିକ ବିମାନର ଉଡ଼ାଣ ବିଳମ୍ବିତ ହୋଇଛି । ଟ୍ରେନ ଚଳାଚଳ ମଧ୍ୟ ହୋଇଛି ବାଧାପ୍ରାପ୍ତ । ପ୍ରବଳ ଶୀତ ଲହରୀ ସହିତ ବାୟୁ ପ୍ରଦୂଷଣ ମଧ୍ୟ ପାଲଟିଛି ଚିନ୍ତାର କାରଣ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଆଜି ମଧ୍ୟ ସାମଗ୍ରିକ ବାୟୁ ଗୁଣବତ୍ତା ଅତି ଖରାପ ସ୍ତରରେ ରହିଛି । ଆସନ୍ତାକାଲି ପର୍ଯ୍ୟନ୍ତ ଦିଲ୍ଲୀ ସମେତ ଉତ୍ତର ଭାରତରେ ରାତି ଓ ସକାଳେ ଘନ କୁହୁଡ଼ି ପଡ଼ିପାରେ ବୋଲି ସତର୍କ କରାଇ ଦେଇଛି ଭାରତୀୟ ପାଣିପାଗ ବିଭାଗ । ଦିଲ୍ଲୀ ସମେତ ହରିୟାଣା, ପଞ୍ଜାବ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଓ ବିହାରରେ ପ୍ରବଳ ଶୀତ ଅନୁଭୂତ ହେଉଛି ।
ଅଧିକ ପଢନ୍ତୁ... ଋଷ-ୟୁକ୍ରେନ ଯୁଦ୍ଧଭୂମିରୁ ଆସିଲା ସାଂଘାତିକ ତଥ୍ୟ: ଭାରତୀୟ ଛାତ୍ରଙ୍କୁ ଲଢ଼େଇରେ ଜବରଦସ୍ତ କରାଯାଉଛି ସାମିଲ
ଦିଲ୍ଲୀରେ ଘନ କୁହୁଡ଼ି
ଦୃଶ୍ୟମାନ ଦୂରତା ହ୍ରାସ
୧୦ ବିମାନ ବାତିଲ
୧୫୦ରୁ ଅଧିକ ବିମାନ ଉଡ଼ାଣ ବିଳମ୍ବ
ଟ୍ରେନ ଚଳାଚଳ ବାଧାପ୍ରାପ୍ତ
ଶୀତ ସାଙ୍ଗକୁ ବାୟୁ ମାନ ଅତି ଖରାପ
କାଲି ପର୍ଯ୍ୟନ୍ତ ରହିପାରେ ଘନ କୁହୁଡ଼ି
ରାତି ଓ ସକାଳେ ଘନ କୁହୁଡ଼ି
ଉତ୍ତର ଭାରତରେ ପ୍ରବଳ ଶୀତ ଲହରୀ
ସତର୍କ କରାଇଲା ପାଣିପାଗ ବିଭାଗ
ମଝି ଆକାଶରେ ବିମାନ ଇଞ୍ଜିନରେ ତ୍ରୁଟି।
ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ବଡ଼ ଧରଣର ଯାନ୍ତ୍ରିକ ତ୍ରୁଟି ସତ୍ତ୍ବେ ଏହା ଅଳ୍ପକେ ବର୍ତ୍ତି ଯାଇଛି। ବିମାନଟି ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଏହାର ଇଞ୍ଜିନରେ ତେଲ ଚାପ ହ୍ରାସ ପାଇ ଶୂନ ହୋଇଯାଇଥିଲା। ବିପଦକୁ ଆଖିରେ ରଖି ପାଇଲଟ୍ ତୁରନ୍ତ ବିମାନଟିକୁ ଦିଲ୍ଲୀକୁ ଫେରାଇ ଆଣିବା ସହ ସୁରକ୍ଷିତ ଭାବେ ଜରୁରୀ ଅବତରଣ କରାଇଛନ୍ତି ।
ଏହି AI 887 ବୋଇଂ ବିମାନରେ ପ୍ରାୟ ୩୩୫ ଜଣ ଯାତ୍ରୀ ଓ କର୍ମଚାରୀ ଥିଲେ। ବିମାନଟି ସକାଳ ପ୍ରାୟ ୬ଟା ୩୦ ସମୟରେ ଉଡ଼ାଣ ଭରିବା ପରେ ଦାୟିତ୍ଵରେ ଥିବା କର୍ମଚାରୀ ଦକ୍ଷିଣ ପାଖ ଇଞ୍ଜିନରେ ତ୍ରୁଟି ଲକ୍ଷ୍ୟ କରିଥିଲେ। ଏୟାର ଇଣ୍ଡିଆର ମୁଖପାତ୍ର କହିଛନ୍ତି , ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର୍ ଅନୁଯାୟୀ ଯାତ୍ରୀମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ବିମାନକୁ ତୁରନ୍ତ ଦିଲ୍ଲୀ ଫେରାଇ ଆଣିବାକୁ ନିଷ୍ପତ୍ତି ନିଆଯାଇଥିଲା। ବିମାନ ଚଳାଚଳ ମନ୍ତ୍ରଣାଳୟ ଘଟଣାର ତଦନ୍ତ ପାଇଁ ଡିଜିସିଏକୁ ନିର୍ଦ୍ଦେଶ ଦେଇଛି। ଯାତ୍ରୀମାନଙ୍କୁ ମୁମ୍ବାଇ ପଠାଇବା ପାଇଁ ଅନ୍ୟ ବିମାନର ବ୍ୟବସ୍ଥା କରାଯାଇଛି।
Follow Us