କନକବ୍ୟୁରୋ : ଦିନକୁ ଦିନ ରାଜଧାନୀ ଦିଲ୍ଲୀର ବାୟୁ ଖରାପ ଖରାପ ହେବାରେ ଲାଗଛି। ହେଲେ ଲୋକେ ଦୀପାବଳୀରେ ବାଣ ଫୁଟାଇବା ପାଇଁ ବାଣ କିଣୁଛନ୍ତି । ଯାହାକୁ ନେଇ ଚିନ୍ତାପ୍ରକଟ କରିବା ସହ ନିୟମ ଉଲଘଂନକାରୀଙ୍କ ଉପରେ କଡା କାର୍ଯ୍ୟନୁଷ୍ଠାନ ନେବାକୁ ଦିଲ୍ଲୀ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି ଦିଲ୍ଲର ପରିବେଶ ମନ୍ତ୍ରୀ ଗୋପାଳ ରାୟ । 

Advertisment

ଦିଲ୍ଲୀରେ ବାଣ ବିକ୍ରି ବ୍ୟାନ ଥିଲେ ମଧ୍ୟ ବହୁ ଲୋକେ ସୀମାନ୍ତ ରାଜ୍ୟ ହରିୟାଣା, ଉତ୍ତରପ୍ରଦେଶରୁ ବାଣ କିଣି ଦିଲ୍ଲୀରେ ବିକ୍ରି କରୁଛନ୍ତି ।  ସେପଟେ ଦିଲ୍ଲୀ ବାୟୁର ଗୁଣବତ୍ତା ପୁଣି ‘ଅତ୍ୟନ୍ତ ଖରାପ’ ଶ୍ରେଣୀକୁ ଖସି ଆସିଛି ।

ଆଗାମୀ ଦିନରେ ପ୍ରଦୂଷଣର ମାତ୍ରା ବଢ଼ିବ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି  । ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ଖରାପ ଶ୍ରେଣୀରେ ରହୁଛି । ଯୁଆଡ଼େ ଦେଖିବ ସିଆଡ଼େ କେବଳ ଧୂଆଁ । ଫଳରେ ଲୋକେ ନିଶ୍ୱାସ ନେବା ଏବେ କଷ୍ଟକର ହୋଇପଡ଼ିଛି  । 

ଦିଲ୍ଲୀ ଏନସିଆରରେ ବାୟୁ ଗୁଣବତ୍ତା ଖରାପ ହେବାର ସବୁଠାରୁ ବଡ଼ କାରଣ ହେଉଛି ପଞ୍ଜାବ-ହରିୟାଣା ସମେତ ପଡୋଶୀ ରାଜ୍ୟରେ ନଡ଼ା ଜଳିବା । ପ୍ରତିବର୍ଷ ଏହି ଋତୁରେ କୃଷକମାନେ ନଡ଼ା ଜଳିବା ଯୋଗୁ ଦିଲ୍ଲୀର ବାୟୁ ବିଷାକ୍ତ ହୋଇଯାଏ।

ଦୀପାବଳିକୁ ଆଉ ମାତ୍ର ୪ ଦିନ ବାକି ଅଛି କିନ୍ତୁ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି। ସେପଟେ ନଡ଼ା ଜାଳିବାକୁ ନେଇ କେନ୍ଦ୍ର ସରକାର ପଞ୍ଜାବ ଓ ହରିୟାଣାକୁ ତାଗିଦ କରିଛନ୍ତି ।