କନକ ବ୍ୟୁରୋ : ପ୍ରଦୂଷଣ ହେତୁ ବର୍ତ୍ତମାନ ଦିଲ୍ଲୀ-ଏନସିଆରର ଅବସ୍ଥା ଖରାପ ହେବାରେ ଲାଗିଛି । ଲୋକମାନେ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ରେକର୍ଡ ସ୍ତରରେ ପହଞ୍ଚିଥିଲା ସେତେବେଳେ ଏକ ସର୍ଭେ ଆରମ୍ଭ ହୋଇଥିଲା । ଲୋକମାନେ କିପରି ବିଷାକ୍ତ ବାୟୁ ସହିତ ମୁକାବିଲା କରୁଛନ୍ତି ତାହା ସର୍ଭେରୁ ଜଣାପଡିଛି । ଏଥିରେ ଲୋକଙ୍କୁ ପଚରାଯାଇଥିଲା କି ଆପଣଙ୍କ ଅଞ୍ଚଳରେ ଏ କ୍ୱିଓ ୱାଇ ୪୦୦ ଅତିକ୍ରମ କରିଛି କି ? ଏହାର ମୁକାବିଲା ପାଇଁ ଆପଣ କେଉଁ ବ୍ୟବସ୍ଥା କରିଛନ୍ତି ? ୨୭ ପ୍ରତିଶତ ଲୋକ ଉତ୍ତର ଦେଇଛନ୍ତି ଯେ ବାୟୁକୁ ସଫା କରିବା ଏବଂ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ସେମାନେ ବାୟୁ ବିଶୋଧନକାରୀ ବ୍ୟବହାର କରୁଛନ୍ତି । ୨୩ ପ୍ରତିଶତ ଲୋକ ନିଜକୁ ପରିସ୍ଥିତି ଉପରେ ଛାଡିଥିଲେ । ଏହି ଲୋକମାନେ କହିଛନ୍ତି ଯେ ପ୍ରଦୂଷଣକୁ ଏଡାଇବା ପାଇଁ ସେମାନେ କୌଣସି ବ୍ୟବସ୍ଥା କରିନାହାଁନ୍ତି । ଅନ୍ୟମାନେ କହିଛନ୍ତି ଯେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ସେମାନେ ଫଳ, ପନିପରିବା ଖାଇବା ସହ ପାଣି ପିଉଛନ୍ତି । ଏହି ସର୍ବେକ୍ଷଣରେ ୬୯ ପ୍ରତିଶତ ଲୋକଙ୍କ ପରିବାର ସଦସ୍ୟ ପ୍ରଦୂଷଣ ହେତୁ କିଛି ରୋଗରେ ପୀଡିତ ଥିବା ଜଣାପଡିଥିଲା । ଏହା ଥିଲା ନଭେମ୍ବର ୧ର କଥା । ନଭେମ୍ବର ୧୯ରେ ହୋଇଥିବା ସର୍ଭେ ସମୟରେ ତାହା ୭୫ପ୍ରତିଶତରେ ପହଞ୍ଚିଛି । ଏୟାର ପ୍ୟୁରିଫାୟର୍ ବିଷୟରେ କହିବାକୁ ଗଲେ, ଅକ୍ଟୋବର ୧୯ ପର୍ଯ୍ୟନ୍ତ, ଦିଲ୍ଲୀ ଏନସିଆରର ୧୮ ପ୍ରତିଶତ ଲୋକ ଏହାକୁ ବ୍ୟବହାର କରୁଥିଲେ । ଏକ ମାସ ପରେ, ନଭେମ୍ବର ୧୯ ରେ ଏହି ସଂଖ୍ୟା ୨୯ ପ୍ରତିଶତକୁ ବୃଦ୍ଧି ପାଇଛି
ପ୍ରଦୂଷଣ:ପ୍ରତ୍ୟେକ ପରିବାର ଜଣେ ସଦସ୍ୟ ଅସୁସ୍ଥ
ଦିଲ୍ଲୀରେ କାଳ ସାଜିଛି ବାୟୁ ପ୍ରଦୂଷଣ
୭୫% ପରିବାରର ପ୍ରଦୂଷଣରେ ଆକ୍ରାନ୍ତ
୫୦% ପରିବାର ଶ୍ବାସଜନିତ ସମସ୍ୟାରେ ଆକ୍ରାନ୍ତ
ଗୁରୁଗ୍ରାମ, ଦିଲ୍ଲୀ, ଫରିଦାବାଦ,ନୋଏଡ ଓ ଗାଜିଆବାଦ ସବୁଠୁ ଅଧିକ ଆକ୍ରାନ୍ତ
୨୧ହଜାର ଲୋକଙ୍କୁ ନେଇ ସର୍ଭେ କରାଯାଇଛି
ଅଧିକାଂଶଙ୍କ ନିକଟରେ ମୁଣ୍ଡବିନ୍ଧା ଲକ୍ଷଣ ପ୍ରକାଶ ପାଉଛି
କିଛି ଲୋକଙ୍କ ନିକଟରେ କାଶ, ନିଶ୍ବାସପ୍ରଶ୍ବାସ କଷ୍ଟ ଅନୁଭବ ହୋଇଛ
ଦିଲ୍ଲୀର ଏକ୍ୟୁଆଇ ୪ଶହ ଟପିବାପରେ ଗ୍ରାଫ ଫୋର ଲାଗୁ
Follow Us