କନକ ବ୍ୟୁରୋ : ପ୍ରଦୂଷଣ ହେତୁ ବର୍ତ୍ତମାନ ଦିଲ୍ଲୀ-ଏନସିଆରର ଅବସ୍ଥା ଖରାପ ହେବାରେ ଲାଗିଛି । ଲୋକମାନେ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ  ରେକର୍ଡ ସ୍ତରରେ ପହଞ୍ଚିଥିଲା ସେତେବେଳେ ଏକ ସର୍ଭେ ଆରମ୍ଭ ହୋଇଥିଲା ।  ଲୋକମାନେ କିପରି ବିଷାକ୍ତ ବାୟୁ ସହିତ ମୁକାବିଲା କରୁଛନ୍ତି ତାହା ସର୍ଭେରୁ ଜଣାପଡିଛି । ଏଥିରେ ଲୋକଙ୍କୁ ପଚରାଯାଇଥିଲା କି ଆପଣଙ୍କ ଅଞ୍ଚଳରେ ଏ କ୍ୱିଓ ୱାଇ  ୪୦୦ ଅତିକ୍ରମ କରିଛି କି ? ଏହାର ମୁକାବିଲା ପାଇଁ ଆପଣ କେଉଁ ବ୍ୟବସ୍ଥା କରିଛନ୍ତି ? ୨୭ ପ୍ରତିଶତ ଲୋକ ଉତ୍ତର ଦେଇଛନ୍ତି ଯେ ବାୟୁକୁ ସଫା କରିବା ଏବଂ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ସେମାନେ ବାୟୁ ବିଶୋଧନକାରୀ ବ୍ୟବହାର କରୁଛନ୍ତି । ୨୩ ପ୍ରତିଶତ ଲୋକ ନିଜକୁ ପରିସ୍ଥିତି ଉପରେ ଛାଡିଥିଲେ । ଏହି ଲୋକମାନେ କହିଛନ୍ତି ଯେ ପ୍ରଦୂଷଣକୁ ଏଡାଇବା ପାଇଁ ସେମାନେ କୌଣସି ବ୍ୟବସ୍ଥା କରିନାହାଁନ୍ତି । ଅନ୍ୟମାନେ କହିଛନ୍ତି ଯେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ସେମାନେ ଫଳ, ପନିପରିବା ଖାଇବା ସହ ପାଣି ପିଉଛନ୍ତି । ଏହି ସର୍ବେକ୍ଷଣରେ ୬୯ ପ୍ରତିଶତ ଲୋକଙ୍କ ପରିବାର ସଦସ୍ୟ ପ୍ରଦୂଷଣ ହେତୁ କିଛି ରୋଗରେ ପୀଡିତ ଥିବା ଜଣାପଡିଥିଲା ।  ଏହା ଥିଲା ନଭେମ୍ବର ୧ର କଥା  । ନଭେମ୍ବର ୧୯ରେ ହୋଇଥିବା ସର୍ଭେ ସମୟରେ ତାହା ୭୫ପ୍ରତିଶତରେ ପହଞ୍ଚିଛି । ଏୟାର ପ୍ୟୁରିଫାୟର୍ ବିଷୟରେ କହିବାକୁ ଗଲେ, ଅକ୍ଟୋବର ୧୯ ପର୍ଯ୍ୟନ୍ତ, ଦିଲ୍ଲୀ ଏନସିଆରର ୧୮ ପ୍ରତିଶତ ଲୋକ ଏହାକୁ ବ୍ୟବହାର କରୁଥିଲେ । ଏକ ମାସ ପରେ, ନଭେମ୍ବର ୧୯ ରେ ଏହି ସଂଖ୍ୟା ୨୯ ପ୍ରତିଶତକୁ ବୃଦ୍ଧି ପାଇଛି  

Advertisment


ପ୍ରଦୂଷଣ:ପ୍ରତ୍ୟେକ ପରିବାର ଜଣେ ସଦସ୍ୟ ଅସୁସ୍ଥ
ଦିଲ୍ଲୀରେ କାଳ ସାଜିଛି ବାୟୁ ପ୍ରଦୂଷଣ
୭୫% ପରିବାରର ପ୍ରଦୂଷଣରେ ଆକ୍ରାନ୍ତ
୫୦% ପରିବାର ଶ୍ବାସଜନିତ ସମସ୍ୟାରେ ଆକ୍ରାନ୍ତ
ଗୁରୁଗ୍ରାମ, ଦିଲ୍ଲୀ, ଫରିଦାବାଦ,ନୋଏଡ ଓ ଗାଜିଆବାଦ ସବୁଠୁ ଅଧିକ ଆକ୍ରାନ୍ତ
୨୧ହଜାର ଲୋକଙ୍କୁ ନେଇ ସର୍ଭେ କରାଯାଇଛି
ଅଧିକାଂଶଙ୍କ ନିକଟରେ ମୁଣ୍ଡବିନ୍ଧା ଲକ୍ଷଣ ପ୍ରକାଶ ପାଉଛି
କିଛି ଲୋକଙ୍କ ନିକଟରେ କାଶ, ନିଶ୍ବାସପ୍ରଶ୍ବାସ କଷ୍ଟ ଅନୁଭବ ହୋଇଛ
ଦିଲ୍ଲୀର ଏକ୍ୟୁଆଇ ୪ଶହ ଟପିବାପରେ ଗ୍ରାଫ ଫୋର ଲାଗୁ