କନକ ବ୍ୟୁରୋ: ଦିନକୁ ଦିନ ଭୟଙ୍କର ହେଉଛି ଦିଲ୍ଲୀର ବାୟୁ ପ୍ରଦୂଷଣ । ଖାଲି ଦିଲ୍ଲୀ ନୁହେଁ ଏହାର ଆଖପାଖ ଅଞ୍ଚଳର ସ୍ଥିତି ଖୁବ ସାଙ୍ଘାତିକ ହେବାରେ ଲାଗିଛି । ଦିଲ୍ଲୀର ବାୟୁ ଗୁଣବତ୍ତା ସୁଚକାଙ୍କ ୪୮୧ ପର୍ଯ୍ୟନ୍ତ ପହଞ୍ଚିସାରିଲାଣି । ବୃଦ୍ଧି ପାଉଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ଏନସିଆର ରେ ଜିଆରଏପି -୪ ନିୟମ ଲାଗୁ କରାଯାଇଛି । ଜିଆରଏପି -୪ ନିୟମ ଲାଗୁ ହେବା ସହ ଦଶମ ଏବଂ ଦ୍ୱାଦଶ ବ୍ୟତୀତ ସମସ୍ତ ଛାତ୍ରଛାତ୍ରୀଙ୍କ ଫିଜିକଲ କ୍ଲାସ ବନ୍ଦ କରିଦିଆଯାଇଛି ।
ସରକାର ବର୍ତ୍ତମାନ ଅନଲାଇନ୍ କ୍ଲାସକୁ ପ୍ରାଧାନ୍ୟ ଦେଇଛନ୍ତି । ତେବେ ଏହି ବାୟୁ ପ୍ରଦୂଷଣ ଖାଲି ରାଜଧାନୀ ଦିଲ୍ଲୀବାସୀଙ୍କୁ ଚିନ୍ତାରେ ପକାଇନି ବରଂ ୟୁପି, ପଞ୍ଜାବ, ମହାରାଷ୍ଟ୍ର ରେ ମଧ୍ୟ ବାୟୁ ପ୍ରଦୂଷଣ ସାଙ୍ଘାତିକ ରୁପ ଧାରଣ କରିଛି । କୁହୁଡି ଧୁଆରେ ମୁହଁକୁ ମୁହଁ ଦିଶୁନଥିବାବେଳେ ବାୟୁ ଅତ୍ୟନ୍ତ ବିଷାକ୍ତ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/11/18/puGOmHPJg3zLd0uMMiLm.jpg)