ଦିଲ୍ଲୀରେ ପ୍ରଦୂଷଣ କଟକଣା: ଅଳିଆ ପୋଡ଼ିଲେ ୫୦୦୦ ଜରିମାନା

Advertisment

ବାୟୁ ଗୁଣବତ୍ତା ସୂଚକାଙ୍କ ଅତ୍ୟନ୍ତ ଖରାପ ଶ୍ରେଣୀରେ ରହିବା ପରେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ଅନେକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ବିଶେଷ କରି ଖୋଲା ସ୍ଥାନରେ ନିଆଁ ଜାଳିବା, ଆବର୍ଜନା ପୋଡ଼ିବା ଏବଂ ବ୍ୟବସାୟିକ ଅନୁଷ୍ଠାନରେ କୋଇଲା ବ୍ୟବହାର ଉପରେ କଡ଼ା କଟକଣା ଲଗାଯାଇଛି ।

ବାୟୁ ଗୁଣବତ୍ତା ସୂଚକାଙ୍କ ଅତ୍ୟନ୍ତ ଖରାପ ଶ୍ରେଣୀରେ ରହିବା ପରେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ଅନେକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ବିଶେଷ କରି ଖୋଲା ସ୍ଥାନରେ ନିଆଁ ଜାଳିବା, ଆବର୍ଜନା ପୋଡ଼ିବା ଏବଂ ବ୍ୟବସାୟିକ ଅନୁଷ୍ଠାନରେ କୋଇଲା ବ୍ୟବହାର ଉପରେ କଡ଼ା କଟକଣା ଲଗାଯାଇଛି ।

Air-pollution

Air-pollution Photograph: (kanak news)

କନକ ବ୍ୟୁରୋ : ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ଭୟଙ୍କର ସ୍ତରରେ ପହଞ୍ଚିଛି । ବାୟୁ ଗୁଣବତ୍ତା ସୂଚକାଙ୍କ ଅତ୍ୟନ୍ତ ଖରାପ ଶ୍ରେଣୀରେ ରହିବା ପରେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ଅନେକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ବିଶେଷ କରି ଖୋଲା ସ୍ଥାନରେ ନିଆଁ ଜାଳିବା, ଆବର୍ଜନା ପୋଡ଼ିବା ଏବଂ ବ୍ୟବସାୟିକ ଅନୁଷ୍ଠାନରେ କୋଇଲା ବ୍ୟବହାର ଉପରେ କଡ଼ା କଟକଣା ଲଗାଯାଇଛି ।

ସରକାରଙ୍କ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ବର୍ତ୍ତମାନ ଖୋଲା ସ୍ଥାନରେ ଅଳିଆ ଆବର୍ଜନା ପୋଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ ଜିଲ୍ଲା ପ୍ରଶାସନ ଏବଂ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (MCD) ପକ୍ଷରୁ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ । ମୁଖ୍ୟମନ୍ତ୍ରୀ ନାଗରିକମାନଙ୍କୁ ନିବେଦନ କରିଛନ୍ତି ଯେ, ସମସ୍ତେ ମିଳିମିଶି ଏହି ନିୟମ ପାଳନ କରନ୍ତୁ ଏବଂ ପ୍ରଦୂଷଣ ହ୍ରାସ କରିବାରେ ପ୍ରଶାସନକୁ ସାହାଯ୍ୟ କରନ୍ତୁ ।

ଅଧିକ ପଢନ୍ତୁ... ହାଡ଼ ଭଙ୍ଗା ଶୀତ ରାତିରେ ଧାନ ଖଳାରେ ଜଗି ବସିଛି ଚାଷୀ

କେବଳ ଆବର୍ଜନା ନୁହେଁ, ବାୟୁ ଗୁଣବତ୍ତା ସୁଧାରିବା ପାଇଁ ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଦିଲ୍ଲୀର ସମସ୍ତ ହୋଟେଲ, ଢାବା ଏବଂ ଖୋଲା ଖାଦ୍ୟ ଷ୍ଟଲ୍‌ରେ ତନ୍ଦୁର ପାଇଁ କୋଇଲା କିମ୍ବା କାଠ ଜାଳିବାକୁ ବାରଣ କରାଯାଇଛି । ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ଏହି ନିର୍ଦ୍ଦେଶ ଜାରି କରି ସ୍ପଷ୍ଟ କରିଛି ଯେ ଖାଦ୍ୟ ପ୍ରସ୍ତୁତି ପାଇଁ କୋଇଲା ଏବଂ କାଠର ବ୍ୟବହାର ସ୍ଥାନୀୟ ଅଞ୍ଚଳରେ ପ୍ରଦୂଷଣ ବଢ଼ାଇବାର ଏକ ମୁଖ୍ୟ କାରଣ ସାଜିଛି । ସହରାଞ୍ଚଳର ସ୍ଥାନୀୟ ସଂସ୍ଥାଗୁଡ଼ିକୁ ଏହି ନିୟମକୁ ତୁରନ୍ତ ଏବଂ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହାଫଳରେ ଦିଲ୍ଲୀବାସୀଙ୍କୁ ପ୍ରଦୂଷଣରୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିପାରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe