କନକ ବ୍ୟୁରୋ : ମହାନଦୀକୁ ବିଷାକ୍ତ କରୁଛି ଆଦିତ୍ୟ ବିର୍ଲାର ହିଣ୍ଡାଲକୋ। ଏହି କମ୍ପାନୀ ଏହାର ଉଦବୃତ୍ତ ପାଉଁଶକୁ ନିର୍ଦ୍ଦିଷ୍ଟ ଡମ୍ପିଂ ୟାର୍ଡରେ ନପକାଇ ମହାନଦୀ ପାଖ ନାଳ ଓ ଜଙ୍ଗଲରେ ପକାଉଛି । ଅଭିଯୋଗ ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସମ୍ବଲପୁର ଆଞ୍ଚଳିକ ଅଧିକାରୀ ତଦନ୍ତ କରିଥିଲେ।  ଆଉ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଚିଠି ଲେଖାଯାଇଛି ।...

Advertisment

ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଶକ୍ତି ଉତ୍ପାଦନ ୟୁନିଟ୍ ନାଁରେ ସାଂଘାତିକ ଅଭିଯୋଗ । ସମ୍ବଲପୁର ହିଣ୍ଡାଲକୋ ସ୍ବତନ୍ତ୍ର ଡମ୍ପିଂ ୟାର୍ଡ ବଦଳରେ ଠିକାଦାରଙ୍କ ଜରିଆରେ ମହାନଦୀ ସଂଲଗ୍ନ ଖଜୁର ନାଳ ଓ ଲକ୍ଷ୍ମୀ ଡଙ୍ଗୁରୀ ସଂରକ୍ଷିତ ଜଙ୍ଗଲରେ ଏହାର ଫ୍ଲାଏ ଆସ୍ ପକାଉଛି । ଯାହା ମହାନଦୀରେ ମିଶିଲେ ଜୀବଜଗତ ପାଇଁ ଭୟଙ୍କର ହେବ । ଏନେଇ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି।...  

ହିଣ୍ଡାଲକୋ ନିୟମ ଉଲଂଘନ କରି ପାଉଁଶ ପକାଉଥିବା ସାମନାକୁ ଆସିବା ପରେ ତତ୍ପର ହୋଇଛି ରାଜ୍ୟ ପ୍ରଦୂଷଣ ବୋର୍ଡ। ସମ୍ବଲପୁର ଆଂଚଳିକ ଅଧିକାରୀ ଏହାର ତଦନ୍ତ କରିଛନ୍ତି। ତଦନ୍ତ ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି। ସମ୍ବଲପୁରସ୍ଥିତ ବୋର୍ଡର ଆଞ୍ଚଳିକ ଅଧିକାରୀଙ୍କ ଚିଠି ।

।  ଯେଉଁଥିରେ,  ଏଭଳି କାର୍ଯ୍ୟରୁ ହିଣ୍ଡାଲକୋ ନିବୃତ୍ତ ହେବା ଓ ଫ୍ଲାଏ ଆସ ପରିବହନ କରୁଥିବା ଗାଡ଼ିର ଜିପିଏସ୍ ଜବତ କରିବାକୁ ହିଣ୍ଡାଲକୋକୁ ନିର୍ଦ୍ଦେଶ ଦେବା ପାଇଁ ଲେଖାଯାଇଛି ।  ମହାନଦୀ ଉପରେ ସମ୍ବଲପୁରଠାରୁ ଆରମ୍ଭ କରି ପ୍ରାୟ ୧୦ଟି ଜିଲ୍ଲାର ଲୋକ ପିଇବା ପାଣି ଓ ଜଳସେଚନ ପାଇଁ ନିର୍ଭର କରିଥାନ୍ତି। ହେଲେ, ହିଣ୍ଡାଲକୋ ଯେଉଁଭଳି ମନଇଛା ପାଉଁଶ ପକାଉଛି, ତାହା ମହାନଦୀ ପାଣିରେ ମିଶିଲେ ବିଷମ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି।