ଭିମସାରକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଚରମ ବାଣୀ ; ୭ ଦିନ ଭିତରେ ଫାଇନ୍ ଦେବାକୁ ତାଗିଦ୍

ଭିମସାରକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଚରମ ବାଣୀ  ।୧୧ ଲକ୍ଷ ଟଙ୍କା ବକେୟା ଫାଇନ ଦେବା ଏବଂ ପ୍ରଦୂଷଣ ବୋର୍ଡର ନିୟମ ମାନିବାକୁ ଚେତାବନୀ  । ୭ଦିନ ଭିତରେ ଫାଇନ ସହ ନିୟମ ମାନିବାକୁ ତାଗିଦ୍ ।

3077

କନକ ବ୍ୟୁରୋ: ଭିମସାରକୁ ୭ ଦିନର ମହଲତ ଦେଲା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ସାତ ଦିନ ଭିତରେ ଫାଇନ ସହ ନିୟମ ମାନିବାକୁ ତାଗିଦ୍ । ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଚରମବାଣୀ । ଜଳ ଓ ବାୟୁ ପ୍ରଦୂଷଣ ଅଧିନିୟମକୁ ଉଲ୍ଲଂଘନ କରିଥିବାରୁ ଗତବର୍ଷ ଭିମସାରକୁ ଫାଇନ କରିଥିଲା ପ୍ରଦୂଷଣ ବୋର୍ଡ । କିନ୍ତୁ ଏଯାଏଁ କୌଣସି ପଦକ୍ଷେପ ନନେବାରୁ କଠୋର ହୋଇଛି ବୋର୍ଡ । ମାତ୍ର ୭ ଦିନ ଭିତରେ ନିୟମ ନମାନିବାକୁ ଚିଠିରେ ଲେଖି ନିର୍ଦ୍ଦେଶ ଦେଇଛି ବୋର୍ଡ । 


ଅଭିଯୋଗ ପରେ କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ୨୦୨୩ରେ ଭିମସାର୍‌ ହସ୍ପିଟାଲର ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ଉପରେ ଯାଞ୍ଚ କରି ଚାରୋଟି ନିୟମର ଅନୁପାଳନ ହୋଇ ନଥିବାର ଜାଣିବାକୁ ପାଇଥିଲେ । ଫଳରେ ସେହି ସମୟରେ ୧୧ ଲକ୍ଷ ଟଙ୍କା ଫାଇନ ପାଇଁ ନିର୍ଦ୍ଦେଶ ହୋଇଥିଲା। ଏଥିରେ ଇନସିନେରେଟର ଅପଗ୍ରେଡ ନହେବା, କସନ ଚେମ୍ବର ତାପମାତ୍ରା ଅଧିକ ରହିବା, ଡିସପ୍ଲେ ବୋର୍ଡ ନଦେବା ପରି ଭୁଲକୁ ଧରିଥିଲେ ପ୍ରଦୂଷଣ ବୋର୍ଡ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe