କନକ ବ୍ୟୁରୋ: ଭିମସାରକୁ ୭ ଦିନର ମହଲତ ଦେଲା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ସାତ ଦିନ ଭିତରେ ଫାଇନ ସହ ନିୟମ ମାନିବାକୁ ତାଗିଦ୍ । ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଚରମବାଣୀ । ଜଳ ଓ ବାୟୁ ପ୍ରଦୂଷଣ ଅଧିନିୟମକୁ ଉଲ୍ଲଂଘନ କରିଥିବାରୁ ଗତବର୍ଷ ଭିମସାରକୁ ଫାଇନ କରିଥିଲା ପ୍ରଦୂଷଣ ବୋର୍ଡ । କିନ୍ତୁ ଏଯାଏଁ କୌଣସି ପଦକ୍ଷେପ ନନେବାରୁ କଠୋର ହୋଇଛି ବୋର୍ଡ । ମାତ୍ର ୭ ଦିନ ଭିତରେ ନିୟମ ନମାନିବାକୁ ଚିଠିରେ ଲେଖି ନିର୍ଦ୍ଦେଶ ଦେଇଛି ବୋର୍ଡ ।
ଅଭିଯୋଗ ପରେ କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ୨୦୨୩ରେ ଭିମସାର୍ ହସ୍ପିଟାଲର ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ଉପରେ ଯାଞ୍ଚ କରି ଚାରୋଟି ନିୟମର ଅନୁପାଳନ ହୋଇ ନଥିବାର ଜାଣିବାକୁ ପାଇଥିଲେ । ଫଳରେ ସେହି ସମୟରେ ୧୧ ଲକ୍ଷ ଟଙ୍କା ଫାଇନ ପାଇଁ ନିର୍ଦ୍ଦେଶ ହୋଇଥିଲା। ଏଥିରେ ଇନସିନେରେଟର ଅପଗ୍ରେଡ ନହେବା, କସନ ଚେମ୍ବର ତାପମାତ୍ରା ଅଧିକ ରହିବା, ଡିସପ୍ଲେ ବୋର୍ଡ ନଦେବା ପରି ଭୁଲକୁ ଧରିଥିଲେ ପ୍ରଦୂଷଣ ବୋର୍ଡ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/12/03/Xw0FeWB8780ywvlDCXEe.jpg)